କଟକ ଏସ୍ସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ବିରଳ ଅସ୍ତ୍ରୋପଚାର, ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଚିକିତ୍ସା ପାଇଁ ଆସିଥିଲା ଉପଦେଶ
କଟକ(କେନ୍ୟୁଜ୍): କଟକ ଏସ୍ସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ବିରଳ ଅସ୍ତ୍ରୋପଚାର । ବାଲେଶ୍ୱର ସୋର ଅଞ୍ଚଳର ହରିସ ଚନ୍ଦ୍ର ତରେଇଙ୍କ ସଫଳ ଅସ୍ତ୍ରୋପଚାର ହୋଇଛି । ୧୦ ବର୍ଷ ତଳେ ହରିସଙ୍କ ଫଙ୍ଗଲ ଇନ୍ଫେକସନ୍ରୁ ନାକ ପାଖରେ ମାଂସ ବଢିଥିଲା । ଏହାପରେ ହରିସ ବହୁ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିଲେ । ହେଲେ କୌଣସି ଡାକ୍ତର ତାଙ୍କ ଚିକିତ୍ସା କରିବାକୁ ରାଜି ନଥିଲେ ।
ପରେ କିଛି ସ୍ୱେଚ୍ଛାସେବୀ କଟକ ଏସ୍ସିବିରେ ଭର୍ତ୍ତି କରାଇଥିଲେ । ଡାକ୍ତର କିନ୍ତୁ ଚିକିତ୍ସା କରିବାକୁ ଆଗ୍ରହୀ ନଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ହରିସଙ୍କ ଚିକିତ୍ସା ପାଇଁ ଉପଦେଶ ଆସିଥିଲା । ଏହା ପରେ ପ୍ଲାଷ୍ଟିକ ସର୍ଜରୀର ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକ ଓ ତାଙ୍କ ଟିମ୍ ହରିସଙ୍କ ଅସ୍ତ୍ରୋପଚାର କରିଥିଲେ । ପ୍ରାୟ ୧ ମାସ ହେବ ହରିସଙ୍କ ବିରଳ ଅସ୍ତ୍ରୋପଚାର କରାଯାଇଛି ।