ଶୋଇଲା ବେଳେ ଘୁଙ୍ଗୁଡ଼ି ମାରି ଆପଣ ଅନ୍ୟର ନିଦ ଖରାପ କରି ଦେଉଛନ୍ତି କି, ଆପଣାନ୍ତୁ ଏହି ୫ଟି ଉପାୟ

କ’ଣ ଆପଣ ଶୋଇଲା ବେଳେ ଘୁଙ୍ଗୁଡ଼ି ମାରି ଅନ୍ୟର ନିଦ ଖରାପ କରି ଦେଉଛନ୍ତି କି? ନା ଆଉ କାହା ଘୁଙ୍ଗୁଡ଼ି ଶବ୍ଦରେ ଆପଣଙ୍କ ନିଦ ଭାଙ୍ଗିଯାଉଛି? ଯଦି ଏପରି ହେଉଛି, ତା’ହେଲେ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ, ଯଦ୍ଦ୍ୱାରା ଆପଣ ନିଜ ଘୁଙ୍ଗୁଡ଼ିକୁ ରୋକି ପାରିବେ।

୧. କେବେ କେବେ ଗଳାରେ ଚର୍ବି ବଢ଼ିଗଲେ ଘୁଙ୍ଗୁଡ଼ି ଆସିଥାଏ। କାହିଁକି ନା, ଗଳା ଜରିଆରେ ଶରୀର ଭିତରକୁ ଯାଉଥିବା ପବନ ଗଳାର ଟିସ୍ୟୁରେ କମ୍ପନ ସୃଷ୍ଟି କରିଥାଏ। ତେଣୁ ଓଜନ କମ କରି ଆପଣ ଘୁଙ୍ଗୁଡ଼ିକୁ ରୋକି ପାରିବେ।

alcohol

୨. କିଛି ଲୋକଙ୍କୁ ମଦ ଯୋଗୁ ଘୁଙ୍ଗୁଡ଼ି ଆସିଥାଏ। ତେଣୁ ଶୋଇବାର ୨/୩ ଘଣ୍ଟା ପୂର୍ବରୁ ମଦ ପିଅନ୍ତୁ ନାହିଁ।

୩. ଅବେଳାରେ ଶୋଉଥିବା ଲୋକଙ୍କୁ ଘୁଙ୍ଗୁଡ଼ି ମାରିବାର ସମସ୍ୟା ଥାଏ। ତେଣୁ ପ୍ରତିଦିନ ଠିକ ସମୟ ଏବଂ ୭/୮ ଘଣ୍ଟା ଶୋଇବା ଉଚିତ।

snor2

୪. ଅସ୍ଥମା ଏବଂ ଥଣ୍ଡାରେ ପୀଡ଼ିତ ଲୋକଙ୍କୁ ମଧ୍ୟ ଘୁଙ୍ଗୁଡ଼ିର ସମସ୍ୟା ଥାଏ। କାରଣ, ସେମାନଙ୍କ ଶ୍ଵାସନଳୀ ସଙ୍କୁଚିତ ହୋଇଯାଇଥାଏ, ଯଦ୍ଦ୍ୱାରା ଗଳାରେ ଶବ୍ଦ ଆସିଥାଏ।

୫. ଖରାପ ଦୈନନ୍ଦିନ ଜୀବନଶୈଳୀ ଯୋଗୁ ବି ଘୁଙ୍ଗୁଡ଼ି ଆସିଥାଏ। ଅବେଳାରେ ଖାଇବା ପିଇବା, ଠିକ ଭାବେ ଆରାମ ନ କରିବା, ସିଗାରେଟ ଆଦି ମଧ୍ୟ ଘୁଙ୍ଗୁଡ଼ିର କାରଣ ହୋଇଥାଏ।