ଆପଣ ନିଜ ମୁଁହ ଧୋଇଲା ବେଳେ କରୁନାହାନ୍ତି ତ ଏହି ସବୁ ଭୁଲ, ତା’ହେଲେ ମନେ ରଖନ୍ତୁ କିଛି ଟିପ୍ସ

ମୁଁହ ଧୋଇବା ବୋଧହୁଏ ସବୁଠାରୁ ସହଜ କାମ। କିନ୍ତୁ କ’ଣ ଆପଣଙ୍କୁ ଜଣାଅଛି କି, ଯେଉଁ ଉପାୟରେ ଆପଣ ଆପଣଙ୍କ ମୁଁହ ଧୋଇଥାନ୍ତି, ତାହା କେତେ କ୍ଷତିକାରକ ହୋଇପାରେ? ଆମେ ମୁଁହ ଧୋଇବା ବେଳେ ପ୍ରାୟତଃ ଏମିତି ଭୁଲ କରିବସୁ ଯେ ଯଦ୍ଦ୍ୱାରା ଚେହେରା ସଫା ହେବା ବଦଳରେ ଆହୁରି ରୁକ୍ଷ ଏବଂ ଶୁଷ୍କ ହୋଇଯାଏ। ଆଜି ଆମେ ଆପଣଙ୍କୁ ଏହି ଭୁଲଗୁଡ଼ିକ ବିଷୟରେ କହିବୁ।

୧. ମୁଁହ ଧୋଇବା ପୂର୍ବରୁ ପ୍ରଥମେ ନିଜ ହାତକୁ ସଫା କରି ନିଅନ୍ତୁ।

washing

୨. ଚେହେରା ଧୋଇବା ପାଣି ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ହେବା ଉଚିତ ନୁହେଁ।

୩. ଚେହେରା ଧୋଇବା ପରେ ଏହାକୁ ହାଲୁକା ହାତରେ ପୋଛିବା ଉଚିତ। ଏହାକୁ ରଗଡ଼ି କରି ପୋଛିବା ଆଦୌ ଉଚିତ ନୁହେଁ।

୪. ଚେହେରାକୁ ବାରମ୍ବାର କିମ୍ବା ଅଧିକ ସମୟ ଧରି ଧୋଇବା ଉଚିତ ନୁହେଁ। ଏହାଦ୍ୱାରା ଚେହେରାର ଗ୍ଲୋ କମିଯାଇଥାଏ।

washing2

୫. ଚେହେରାକୁ ଆଦୌ ସାବୁନରେ ଧୁଅନ୍ତୁ ନାହିଁ। ଯଦି ଫେସୱାଶ ନାହିଁ, ତା’ହେଲେ ବେସନ ବ୍ୟବହାର କରନ୍ତୁ।

୬. ମେକଅପ ଛଡ଼ାଇବା ପୂର୍ବରୁ ପ୍ରଥମେ ଏହାକୁ କଟନରେ ଭଲ ଭାବେ ପୋଛି ନିଅନ୍ତୁ। ଏହାପରେ ପାଣିରେ ସଫା କରନ୍ତୁ।

୭. ମନେ ରଖନ୍ତୁ, କୋମଳ ହାତରେ ହିଁ ସ୍କ୍ରବିଙ୍ଗ କରନ୍ତୁ। ନଚେତ ଚେହେରାରେ ରଗଡ଼ା ଦାଗ ରହିଯାଇପାରେ।