ମାହାଙ୍ଗା ଡବଲ ମର୍ଡର ଘଟଣାରେ ୧୦ ଦିନ ମଧ୍ୟରେ ଜଣେ DIG ର‍୍ୟାଙ୍କ ଅଧିକାରୀ ତଦନ୍ତ କରିବେ: ଡିଜିପି

କଟକ(କେନ୍ୟୁଜ୍):  ମାହାଙ୍ଗା ଡବଲ ମର୍ଡର ଘଟଣାରେ ୧୦ ଦିନ ମଧ୍ୟରେ ଜଣେ DIG ର‍୍ୟାଙ୍କ ଅଧିକାରୀ ତଦନ୍ତ କରିବେ । ଡିଜିପିଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ୩ ଘଣ୍ଟା ଧରି ବିଜେପିର ପ୍ରତିନିଧି ଦଳ ଡିଜିପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲା । ଏତଲାରେ ଥିବା ସମସ୍ତ ୧୩ ଜଣ ବ୍ୟକ୍ତିଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦଳ ଦାବି କରିଛି । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।

ହତ୍ୟାକାଣ୍ଡରେ ବିବାଦରେ ଛନ୍ଦି ହୋଇଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିସ୍କାର ଦାବି କରାଯାଇଛି । ଏହାପୂର୍ବରୁ ବିଜେପିର ଡିଜି ଅଫିସ ଘେରାଉ ବେଳେ ଉତ୍ତେଜନା ଦେଖାଦେଇଥିଲ । DGP ଅଫିସ ସାମ୍ନାରେ ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ ।

ମାତାମଠ ନିକଟରୁ ଏକ ଶୋଭାଯାତ୍ରା ବାହାରିଥିଲା । ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା ଶୋଭାଯାତ୍ରା । ଆଇନଶୃଙ୍ଖଳା କୁ ଆଖିରେ ରଖି ୧୫ ପ୍ଲାଟୁନ ଫୋର୍ସ ସହ ୩୦ରୁ ଅଧିକ ଅଫିସରଙ୍କୁ ନିୟୋଜିତ କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.