ବିରଳ ପ୍ରଜାତିର କଇଁଛ ଉଦ୍ଧାର, ପିଠିରେ ଶିବ ଲିଙ୍ଗ ଆକୃତି

ରାଇରଂଗପୁର(କେନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲା ବହଳଦାରେ ଦେଖାଯାଇଛି ଏକ ବିରଳ ପ୍ରଜାତିର କଇଁଛ । ଯାହାର ପିଠରେ ରହିଛି ଶିବ ଲିଙ୍ଗ ଆକୃତି । ଏହି ବିଶାଳ କଇଁଛଟିକୁ ରଙ୍ଗାମାଟିଆ ଗ୍ରାମ ନିକଟସ୍ଥ ଖଡ଼ଖାଇ ନଦୀକୂଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ ।

turtel.

କଇଁଛର ପିଠିରେ ଏଭଳି ଅଦ୍ଭୁତ ଶିବ ଲିଙ୍ଗ ଦେଖିବା ପରେ ଏହାକୁ ଦେଖିବା ପାଇଁ ଭଡ଼ ଜମିଥିଲା । ତେବେ ବନ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେବା ପରେ ବନ ବିଭାଗ କଇଁଛକୁ ଉଦ୍ଧାର କରି ଖଡ଼ଖାଇ ନଦୀରେ ପୁଣି ଛାଡ଼ି ଦେଇଥିବା ଜଣାଯାଇଛି ।ଏହି ବିରଳ କଇଁଛଟିର ବୟସ ଆନୁମାନିକ ୧୨୦ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.