Below header

ପୁରୀ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଆହ୍ଵାନ ହୋଇଥିବା ଟେଣ୍ଡର ପ୍ରକ୍ରିୟାକୁ ନେଇ ବିବାଦ, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ

ପୁରୀ(କେନ୍ୟୁଜ୍) : ପୁରୀ ରଥଯାତ୍ରା ସିଧାପ୍ରସାରଣର ଟେଲିକାଷ୍ଟ ରାଇଟ୍ସ ପାଇଁ ଆହ୍ଵାନ ହୋଇଥିବା ଟେଣ୍ଡର ଦାଖଲ ସମୟସୀମା ସରିଛି । ସେପଟେ ଟେଣ୍ଡର ପ୍ରକ୍ରିୟାକୁ ନେଇ ତୀବ୍ର ହୋଇଛି ବିବାଦ । ଟେଣ୍ଡର ଆହ୍ଵାନକୁ ବିରୋଧ କରି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି । ଟେଣ୍ଡର ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ବନ୍ଧ, ବାଲିଘାଟ ନିଲାମ କଲା ଭଳି ଭଗବାନଙ୍କୁ ନିଲାମ କରାଯାଉଥିବା ଅଭିଯୋଗ ହୋଇଛି । ସାଧାରଣତଃ ବୈଦ୍ୟୁତିକ ଗଣମାଧ୍ୟମଗୁଡିକ ଧାର୍ମିକ ଭାବାବେଗକୁ ଦେଖି, ରଥଯାତ୍ରା ଭଳି ପବିତ୍ର ଅବସରର ସିଧାପ୍ରସାରଣ କରିଥାନ୍ତି । ଏଥିରେ କୌଣସି ବ୍ୟାବସାୟିକ ଉଦ୍ଦେଶ୍ୟ ନଥାଏ । ପୁରୀ ଆସି ରଥଯାତ୍ରା ଦେଖିବାକୁ ସୁଯୋଗ ସମସ୍ତ ଭାଗ୍ୟରେ ଜୁଟି ନଥାଏ । ଯେଉଁମାନେ ପୁରୀ ଆସି ନପାରନ୍ତି ସେମାନେ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ରଥଯାତ୍ରାର ସିଧାପ୍ରସାରଣ ଦେଖିବାର ସୁଯୋଗ ପାଆନ୍ତି । ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାରରେ ମଧ୍ୟ ଏହା ସହାୟକ ହୋଇଥାଏ । ଏବେ କିନ୍ତୁ ନିଲାମ ପ୍ରକ୍ରିୟାରେ ଗୋଟିଏ ଗଣମାଧ୍ୟମକୁ ରଥଯାତ୍ରା ପ୍ରସାରଣର ସୁଯୋଗ ମିଳିବ । ତେଣୁ ସେହି ଗଣମାଧ୍ୟମ ଅଧିକ ମନମାନି କରିବା ଆଶଙ୍କା ରହିଛି । ଏହାସହ ବହୁ ଶ୍ରଦ୍ଧାଳୁ ରଥଯାତ୍ରା ଦେଖିବା ସୁଯୋଗରୁ ବଂଚିତ ହେବେ । ଏହା ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଶ୍ରୀମନ୍ଦିର ଆୟ ବୃଦ୍ଧି ପାଇଁ ଟେଲିକାଷ୍ଟ ରାଇଟ୍‌ ନିଲାମ ଲାଗି ନିଷ୍ପତ୍ତି ହୋଇଛି । ୫ ବର୍ଷର ପ୍ରସାରଣର ଅଭିଜ୍ଞତା ଓ ଦକ୍ଷତା ଥିବା ଟିଭି ଚ୍ୟାନେଲ ଓ ପ୍ରଡକ୍ସନ ହାଉସଗୁଡିକୁ ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ସୁଯୋଗ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.