ଭିଜିଲାନ୍ସ ଜାଲରେ DASO ପରମେଶ୍ୱର ରାଉତ

ବାଲେଶ୍ୱର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ DASO ପରମେଶ୍ୱର ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ପରିସଂଖ୍ୟାନ ବିଭାଗ ଅଧିକାରୀ ପରମେଶ୍ୱର ରାଉତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ବାଲେଶ୍ୱର ଅଙ୍ଗାର ଗାଡିଆ ପରମେଶ୍ୱର ନଗର ବାସଭବନ, ତମୁଲିଆ ଘର ସମେତ ଭଦ୍ରକର ବାସୁଦେବପୁର ଓ ବାଲେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି। ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବ୍ୟାଙ୍କ ପାସବୁକ୍ ଜବତ ହୋଇଛି।