ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର ଯାଜପୁରର ରତ୍ନଗିରି: ଦୁର୍ଲଭ ତଥା ବିରଳ କୀର୍ତ୍ତି ଉପରେ ଚାଲିଛି ଯାତ୍ରା

କୀର୍ତ୍ତିରାଜି ପ୍ରତି ଅବହେଳାର ଭୟଙ୍କର ରୂପ । ବୌଦ୍ଧ କୀର୍ତ୍ତିରାଜି ସ୍ଥଳରେ ଚାଲିଛି ଯାତ୍ରା । ବିଶ୍ୱ ଦରବାରରେ ପରିଚିତ ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର ଯାଜପୁର ରତ୍ନଗିରିର ଇଏ ହେଉଛି ଦୃଶ୍ୟ । ମାଟି ତଳେ ଥିବା ଦୁର୍ଲଭ ତଥା ବିରଳ କୀର୍ତ୍ତି ସବୁ ଉପରେ ଯାତ୍ରାର ଆୟୋଜନ କରାଯାଇଛି । ପଡିଛି ଦୋକାନ ବଜାର। ମଜା ଉଠାଉଛନ୍ତି ଲୋକେ । ଐତିହ୍ୟ ପ୍ରତି କେତେ ସମ୍ମାନ ଏଥିରୁ ବୁଝା ପଡୁଛି ।

ଯାଜପୁର(କେନ୍ୟୁଜ): କୀର୍ତ୍ତିରାଜି ପ୍ରତି ଅବହେଳାର ଭୟଙ୍କର ରୂପ । ବୌଦ୍ଧ କୀର୍ତ୍ତିରାଜି ସ୍ଥଳରେ ଚାଲିଛି ଯାତ୍ରା । ବିଶ୍ୱ ଦରବାରରେ ପରିଚିତ ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର ଯାଜପୁର ରତ୍ନଗିରିର ଇଏ ହେଉଛି ଦୃଶ୍ୟ । ମାଟି ତଳେ ଥିବା ଦୁର୍ଲଭ ତଥା ବିରଳ କୀର୍ତ୍ତି ସବୁ ଉପରେ ଯାତ୍ରାର ଆୟୋଜନ କରାଯାଇଛି । ପଡିଛି ଦୋକାନ ବଜାର। ମଜା ଉଠାଉଛନ୍ତି ଲୋକେ । ଐତିହ୍ୟ ପ୍ରତି କେତେ ସମ୍ମାନ ଏଥିରୁ ବୁଝା ପଡୁଛି ।

ପରମ୍ପରାର ଦ୍ୱାହି ଦେଇ ପ୍ରତି ବର୍ଷ ଏଠାରେ ତିନି ଦିନ ପାଇଁ ଅନୁଷ୍ଠିତ ହୋଇଥାଏ ଚାଙ୍ଗଡ଼ା ଯାତ୍ରା । ତେବେ ଏହା ଭିତରେ ବିରଳ କୀର୍ତ୍ତିରାଜିର ସୁରକ୍ଷା ଓ କଟକଣାକୁ ନେଇ ଉଠିଛି ପ୍ରଶ୍ନ । ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ଲେଖା ହୋଇଥିବା ସ୍ଥାନରେ ଗଦା ଗଦା ପଡିଛି ଅଳିଆ। ସବୁଠୁ ବେଶି ବର୍ଜ୍ୟ ପ୍ଲାଷ୍ଟିକ୍ ଜିନିଷ ପଡ଼ିଛି । ପ୍ରଦୂଷିତ ସାରା ଅଞ୍ଚଳ। ଯାହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ ।

ବର୍ଷ ବର୍ଷ ଧରି ଏଠାରେ ଚାଲିଛି ଏହି ପରମ୍ପରା । ପର୍ଯ୍ୟଟନ କ୍ଷେତ୍ର ପରିସରରେ ଥିବା ମନ୍ଦିରରେ ମହାକାଳଙ୍କୁ ଦର୍ଶନ କରିବା ସହ ଯାତ୍ରା ବୁଲିବାକୁ ଆସିଥାନ୍ତି ଆଖପାଖ ଅଞ୍ଚଳର ଲୋକେ । ତେବେ ବିଶ୍ୱ ଐତିହ୍ୟ ମାନଚିତ୍ରରେ ସ୍ଥାନ ପାଇଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ଏଭଳି ଯାତ୍ରାର ଆୟୋଜନକୁ ନେଇ ସାଧାରଣରେ ନାପସନ୍ଦ କରାଯାଇଛି । ଏଭଳି ପରିବେଶରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ, ବୌଦ୍ଧ ଭିକ୍ଷୁ ତଥା ଗବେଷକ ଏଠାରୁ କି ପ୍ରକାର ଅଭିଜ୍ଞତା ହାସଲ କରିବେ ସେ ନେଇ ଉଠିଛି ପ୍ରଶ୍ନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.