ଅଧା ରାସ୍ତାରେ ତେଲ ସରିଗଲେ ଆଉ ଆପଣଙ୍କୁ ଠେଲି ଠେଲି ନେବାକୁ ପଡ଼ିବନି ଗାଡ଼ି, ଅନଲାଇନ୍‌ ରେ ପାଇବେ ତେଲ

ଗାଡ଼ିରେ ଯାତାୟତ କରୁଥିବା ବ୍ୟକ୍ତିଙ୍କର ପ୍ରଥମ ଚିନ୍ତା । ଯଦି ଅଧାବାଟରେ ଗାଡ଼ିରୁ ତେଲ ସରିଯାଏ ତେବେ ସେହି ସ୍ଥାନରେ ସେହି ବ୍ୟକ୍ତି ଜଣକ କଣ କରିବ । ଯେଉଁ କଥା ପାଇଁ ସେ ସବୁବେଳେ ଚିନ୍ତାରେ ରହିଥାଆନ୍ତି । କିନ୍ତୁ ଏବେ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହି ଚିନ୍ତାର ଆସିଗଲା ସମାଧାନ । ତେଲ ସରିଗଲେ ଆଉ ଉଭୟ କରନ୍ତୁ ନାହିଁ ।

ନୂଆଦିଲ୍ଲୀ: ଗାଡ଼ିରେ ଯାତାୟତ କରୁଥିବା ବ୍ୟକ୍ତିଙ୍କର ପ୍ରଥମ ଚିନ୍ତା । ଯଦି ଅଧାବାଟରେ ଗାଡ଼ିରୁ ତେଲ ସରିଯାଏ ତେବେ ସେହି ସ୍ଥାନରେ ସେହି ବ୍ୟକ୍ତି ଜଣକ କଣ କରିବ । ଯେଉଁ କଥା ପାଇଁ ସେ ସବୁବେଳେ ଚିନ୍ତାରେ ରହିଥାଆନ୍ତି । କିନ୍ତୁ ଏବେ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହି ଚିନ୍ତାର ଆସିଗଲା ସମାଧାନ । ତେଲ ସରିଗଲେ ଆଉ ଉଭୟ କରନ୍ତୁ ନାହିଁ । ଆପଣ ଯେଉଁସ୍ଥାନରେ ଥାଆନ୍ତୁ ନା କାହିଁକି ଆପଣଙ୍କ ପାଖରେ ପହଞ୍ଚିଯିବ ପେଟ୍ରୋଲ ଏବଂ ଡିଜେଲ୍‌ । ଯେଉଁ ତେଲ ପକାଇ ଆପଣ ସହଜରେ ନିଜର ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ ।

ତେବେ ଆମେ ଜାଣିଛେ ଅନ୍‌ଲାଇନ୍‌ ରେ ପୋଷାକପତ୍ର, ପନିପରିବା, ଗ୍ରୋସରୀ ମଗାଇଥାନ୍ତି । କିନ୍ତୁ ଏବେ ଏଣିକି ଅନ୍ଲାଇନରେ ପେଟ୍ରୋଲ ଏବଂ ଡିଜେଲ୍ ମଗାଇ ହେବ। ଅଧାବାଟରେ ଗାଡ଼ିରୁ ତେଲ ଶେଷ ହେଲେ ଆଉ ଗାଡ଼ିକୁ ଠେଲି ଠେଲି ନେବାକୁ ପଡ଼ିବ ନାହିଁ। ଆପଣ ଅନ୍ଲାଇନରେ ଅର୍ଡର କରି ଅଧାବାଟରେ ଗାଡ଼ି ଅଟକି ରହିଥିବା ସ୍ଥାନକୁ ପେଟ୍ରୋଲ ଡିଜେଲ ମଗାଇ ପାରିବେ।

ସେଥିପାଇଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ (ଆଇଓସି) ଦ୍ବାରା ଆରମ୍ଭ ହୋଇଥିବା fuel@doorstep ଅଥବା fuel@call ଭଳି ସର୍ଭିସ୍ର ସହାୟତା ଲୋକେ ନେଇପାରିବେ। ସେଥିପାଇଁ ଆଇଓସିର ୧୮୦୦୨୦୯୦୨୪୭ ନମ୍ବରରେ କଲ୍ କରି ୬ ସିଲେକ୍ଟ କରିବାକୁ ପଡ଼ିବ। ପରେ ଆଇଓସି ଟିମ୍ ଆପଣ ଅପେକ୍ଷା କରିଥିବା ସ୍ଥାନରେ ପେଟ୍ରୋଲ ଡିଜେଲ୍‌ ନେଇ ପହଞ୍ଚିବେ ।
ଆପଣ ପ୍ରଥମେ ଏହି ନମ୍ବରକୁ କଲ୍ କରି ନିଜର ଲୋକେସନ ଜଣାଇବେ ।ଏହା ସହ ଆପଣ ପରିଚୟ ସମ୍ପର୍କିତ ତଥ୍ୟ ସେୟାର କରିବାକୁ ପଡ଼ିବ। ପ୍ଲେସ୍ ଅର୍ଡର ହେବା ମାତ୍ରେ କିଛି ସମୟ ମଧ୍ୟରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ପକ୍ଷରୁ ଇନ୍ଧନ ଯୋଗାଇବା ଟିମ୍ ଆପଣ ଅଟକିରହିଥିବା ସ୍ଥାନରେ ପହଞ୍ଚିଯିବେ।

ଏନେଇ ଆଇଓସି ନାମକ ଏକ ଆପ୍ ମଧ୍ୟ ବିକଶିତ କରାଯାଇଛି । ଏହା ଦ୍ବାରା ଲୋକମାନେ ତେଲ ଅନ୍ଲାଇନରେ ଅର୍ଡର କରି ପାରିବେ । ଏହା ସହିତ ଜେନେରେଟର ଲାଗି ଆବଶ୍ୟକ ହେଉଥିବା ଇନ୍ଧନ ଭଳି କମର୍ସିଆଲ୍ ଆବଶ୍ୟକତା ପୂରଣ ପାଇଁ ମଧ୍ୟ ଲୋକେ ତେଲ ଅର୍ଡର କରିପାରିବେ। ଆଉ ସବୁଠୁ ବଡ଼ କଥା ହେଉଛି ଏଥିରେ ଡିଜିଟାଲ ପେମେଣ୍ଟର ସମସ୍ତ ସୁବିଧା ଉପଲବ୍ଧ ରହିଛି ଆପଣ ଯେଉଁ ଭଳି ଭାବେ ଚାହିଁବେ ପେମେଣ୍ଟ କରିପାରିବେ ।

ବ୍ୟୁରୋ ରିପୋର୍ଟ କେ ନ୍ୟୁଜ୍‌ ଓଡ଼ିଶା…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.