ନିଜ ପିଲାର ଜୀବନକୁ ବାଜି ଲଗାଇବାକୁ ବି ପଛାଉ ନାହାନ୍ତି: ଏମିତି ବାପା ମା’ଙ୍କୁ କଣ କହିବେ, ଦେଖନ୍ତୁ ଭିଡିଓ
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି କି, ଛୋଟ ଝିଅଟି ପଛରେ ବସିଥିବା ମହିଳାଙ୍କ ପାଖରେ ଠିଆ ହୋଇଛି । ମାନେ ପାଦ ରହିବାକୁ ଥିବା ଷ୍ଟାଣ୍ଡ ଉପରେ ଠିଆ ହୋଇଥିବାବେଳେ ପଛରେ ବସିଥିବା ମହିଳା ପିଲାଟିକୁ ଧରିଛନ୍ତି । ଏପଟେ ଉଭୟ ମହିଳା ଏବଂ ପୁରୁଷ ହେଲମେଟ ପିନ୍ଧି ନ ଥିବାରୁ ସେମାନଙ୍କ ସୁରକ୍ଷାକୁ ଆହୁରି ବିପଦରେ ପକାଇଛନ୍ତି ।

ବେଙ୍ଗାଲୁରୁ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ତେବେ ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ଏମିତି ଏକ ଭିଡିଓ ଯାହାକୁ ଦେଖିଲେ ଯେକେହିବି ଚକିତ ହୋଇଯିବେ । ଭିଡିଓରେ ଦେଖିବାକୁ ମିଳିଛି ଯେ ବେଙ୍ଗାଲୁରୁର ହ୍ୱାଇଟଫିଲ୍ଡ ଭଳି ବ୍ୟସ୍ତବହୁଳ ଟ୍ରାଫିକ ଦେଇ ଜଣେ ଦମ୍ପତି ଗାଡିରେ ଯାଉଥିବା ବେଳେ ସ୍କୁଟିର ଫୁଟଷ୍ଟାଣ୍ଡ ଉପରେ ଗୋଟେ ଛୋଟ ପିଲାଟିକୁ ଠିଆ କରାଇ ନେଉଛନ୍ତି ।
ଗତ ମଙ୍ଗଳବାର ଦିନ, ଲୋକପ୍ରିୟ ଏକ୍ସରେ ହ୍ୱାଇଟଫିଲ୍ଡ ରାଇଜିଂ ନାମକ ଏକ ଆକାଉଣ୍ଟରୁ ଏକ ଭିଡିଓ କ୍ଲିପଟିକୁ ସେୟାର କରାଯାଇ ଚେତାବନୀ ଦିଆଯାଇଛି । ଭିଡିଓଟିର କ୍ୟାପସନରେ ଲେଖାଯାଇଛି ଏଭଳି କର ନାହିଁ । ରାସ୍ତାରେ ଯଦି କିଛି ଖାଲ,ଢିପ ଥିବ ତେବେ ଗାଡିଟି ଭାରସାମ୍ୟ ହରାଇବ । ଯାହାଫଳରେ ଅପୂରଣୀୟ କ୍ଷତି ଘଟାଇବାର ଆଶଙ୍କା ରହିଛି । ଯାହାକୁ ଆପଣ କେବେବି ସାମ୍ନା କରିବାକୁ ଚାହିଁବେନି । ତେଣୁ ଯଦି ପିଲା ଖୁସିରେ ଯାତ୍ରା କରିବାକୁ ଚାହୁଁଛି, ତେବେ ପିତାମାତା ତାହା ଭଲରେ କରିପାରିବେ ଏବଂ କରିବା ବି ଉଚିତ୍ । ଏଭଳି କିନ୍ତୁ କରନ୍ତୁ ନାହିଁ ।
ତେବେ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି କି, ଛୋଟ ଝିଅଟି ପଛରେ ବସିଥିବା ମହିଳାଙ୍କ ପାଖରେ ଠିଆ ହୋଇଛି । ଅର୍ଥାତ୍ ପାଦ ରଖିବାକୁ ଥିବା ଷ୍ଟାଣ୍ଡ ଉପରେ ଠିଆ ହୋଇଥିବାବେଳେ ପଛରେ ବସିଥିବା ମହିଳା ପିଲାଟିକୁ ଧରିଛନ୍ତି । ଏପଟେ ଉଭୟ ମହିଳା ଏବଂ ପୁରୁଷ ହେଲମେଟ ପିନ୍ଧି ନ ଥିବାରୁ ସେମାନଙ୍କ ସୁରକ୍ଷାକୁ ଆହୁରି ବିପଦରେ ପକାଇଛନ୍ତି ।
😰
Don’t do this. One small stone or a minor dip in the road is enough to cause irreversible harm that you will not want to face.
And if the child wants a thrill ride, be the parent you are, and need to be.
ps – while we share this clip for awareness, we do not condone… pic.twitter.com/nRDOvn6Xoa
— Whitefield Rising (@WFRising) April 16, 2024
ଭାରତରେ, ମୋଟର ଯାନ ଅଧିନିୟମ ଅନୁଯାୟୀ, ଚାରି ବର୍ଷରୁ ଅଧିକ ବୟସର ପିଲା ଏବଂ ଉଭୟ ଆଗ ଓ ପଛରେ ବସୁଥିବା ଆରୋହୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଯେଉଁମାନେ ନିୟମ ବିରୋଧରେ ଯଦି ଯିବେ, ସେମାନଙ୍କୁ ଆଇନର ସାମ୍ନା କରିବାକୁ ପଡିବ । ତଥାପି ଏମାନେ ଖୁଲମଖୁଲା ବିନା ହେଲମେଟରେ ରାସ୍ତାରେ ଗାଡି ଚଲାଉଛନ୍ତି ।
ତେବେ ଏହି ଭିଡିଓଟି ଭାଇରାଲ ହେବା ପରେ ନିଜ ପିଲାର ସୁରକ୍ଷାକୁ ବିପଦ ପକାଇବା ସହ ସଡକ ସୁରକ୍ଷା ନିୟମକୁ ଉଲ୍ଲଂଘନ କରିଥିବାରୁ ଏହି ଅଭିଭାବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜନସାଧାରଣରେ ଦାବି ଉଠିଛି ।
ତେବେ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଏହା ଅତ୍ୟନ୍ତ ବିପଜ୍ଜନକ । ସ୍କୁଟିରେ ପାଦ ରଖିବା ଷ୍ଟାଣ୍ଡ ଉପରେ ପିଲାକୁ ଠିଆ କରିକି ନେବା ଠିକ୍ ନୁହେଁ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ବେପରୁଆ ଗାଡି ଚାଳନା । ଚାଳକ ଖୁବ୍ ବେଗରେ ଗାଡି ଚଳାଉଛନ୍ତି ଏବଂ ସ୍କୁଟି ସିଟ୍ ଗୁଡିକ ବି ବହୁତ ଛୋଟ । ତେଣୁ ଛୋଟ ପିଲାଟି ବସିବାକୁ ଜାଗା ନାହିଁ, ଯାହାଫଳରେ ସେ ଷ୍ଟାଣ୍ଡ ଠିଆ ହୋଇ ଯାଉଛି ।