ଟି୨୦ ବିଶ୍ୱକପରୁ ବାଦ୍ ପଡିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ବିସିସିଆଇ ରଖିଲା ଏଭଳି ସର୍ତ୍ତ
ଟି୨୦ ବିଶ୍ୱକପ ପାଇଁ ଦଳ ଘୋଷଣାକୁ ନେଇ ଫ୍ୟାନ୍ସ ଚାହିଁ ରହିଛନ୍ତି । ମଇ ମାସର ପ୍ରଥମ ସପ୍ତାହ କିମ୍ବା ଏପ୍ରିଲ ଶେଷ ଆଡକୁ ଟିମ୍ ଘୋଷଣା କରିପାରେ ବିସିସିଆଇ । ବିସିସିଆଇ ୧୫ ଜଣିଆ ଟିମ୍ ଘୋଷଣା କରିବ । ତେବେ ଟି୨୦ ବିଶ୍ୱକପ ପାଇଁ ଚୟନ ହେବାକୁ ଥିବା ଟିମ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ।
ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମ୍ ଖୁବଶୀଘ୍ର ଘୋଷଣା ହେବ । ମଇ ମାସର ପ୍ରଥମ ସପ୍ତାହ କିମ୍ବା ଏପ୍ରିଲ ଶେଷ ଆଡକୁ ଟିମ୍ ଘୋଷଣା କରିପାରେ ବିସିସିଆଇ । ବିସିସିଆଇ ୧୫ ଜଣିଆ ଟିମ୍ ଘୋଷଣା କରିବ । ଟି୨୦ ବିଶ୍ୱକପ ପାଇଁ ଦଳ ଘୋଷଣାକୁ ନେଇ ଫ୍ୟାନ୍ସ ଚାହିଁ ରହିଛନ୍ତି । ତେବେ ଟି୨୦ ବିଶ୍ୱକପ ପାଇଁ ଚୟନ ହେବାକୁ ଥିବା ଟିମ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ଆଇପିଏଲରେ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବେଶ୍ କିଛି ଭଲ ନାହିଁ । ଏବେ ଅନ୍ୟ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ତେଣୁ ହାର୍ଦ୍ଦିକଙ୍କ ଚୟନକୁ ନେଇ ପ୍ରଶ୍ନ ଉଠିପାରେ ।
ରିପୋର୍ଟ ଅନୁସାରେ ବିସିସିଆଇ ରାହୁଲ ଦ୍ରାବିଡ ଏବଂ ରୋହିତ ଶର୍ମାଙ୍କ ସହିତ ଟିମ୍ ଚୟନ ପାଇଁ ବୈଠକ କରିବ । ଏଥିରେ ହାର୍ଦ୍ଦିକଙ୍କ ଚୟନକୁ ନେଇ ଚର୍ଚ୍ଚା ହେବ । ଯଦି ହାର୍ଦ୍ଦିକ ଟିମରେ ସ୍ଥାନ ନେବୋକୁ ଚାହୁଁଛନ୍ତି, ତେବେ ତାଙ୍କୁ ଭଲ ବୋଲିଂ କରିବାକୁ ହେବ ।
ତେବେ ହାର୍ଦ୍ଦିକଙ୍କ ଚୟନ ଟି୨୦ ବିଶ୍ୱକପ ଟିମ୍ ପାଇଁ ସେତେବେଳେ ହେବ ଯେତେବେଳେ ସେ ନିୟମିତ ଭାବେ ବୋଲିଂ କରିଥିଲେ । ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ନିୟମିତ ଭାବେ ବୋଲିଂ କରୁନାହାନ୍ତି । ତେଣୁ ହାର୍ଦ୍ଦିକଙ୍କୁ ନେଇ ଏଭଳି ପ୍ରଶ୍ନ ସାମ୍ନାକୁ ଆସୁଛି ।
ସୂଚନାଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍ ୨୦୨୪ ସିଜିନରେ ୬ଟି ମ୍ୟାଚରେ କେବଳ ୪ଟି ମ୍ୟାଚରେ ବୋଲିଂ କରିଛନ୍ତି । ଗୁଜରାଟ ଟାଇଟନ୍ସ ବିପକ୍ଷରେ ୩ ଓଭର ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୪ଟି ଓଭର ବୋଲିଂ କରିଛନ୍ତି । ତା’ପରେ ଆଗାମୀ ୨ଟି ମ୍ୟାଚରେ ବୋଲିଂ କରିଥିଲେ । ବେଙ୍ଗାଲୁରୁ ବିପକ୍ଷରେ ୧ ଓଭର ବୋଲିଂ କରିଥିବା ବେଳେ ଚେନ୍ନାଇ ବିପକ୍ଷରେ ୩ ଓଭର ବୋଲିଂ କରିଥିଲେ ।