Below header

ଦିଲ୍ଲୀ ସ୍ଥିତ ନିଜ ଅଫିସର ୧୦ ମହଲାରୁ ଡେଇଁଲେ ଓଡ଼ିଆ ର’ଅଫିସର

ନୂଆଦିଲ୍ଲୀ: ଜୀବନ ହାରିଲେ RAWରେ କାର୍ଯ୍ୟରତ ଓଡ଼ିଆ ଅଫିସର । ୧୦ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ । ଦିଲ୍ଲୀ ସ୍ଥିତ ଅଫିସର ୧୦ ମହଲାରୁ ଡେଇଁଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ମୃତ ଅଫିସର ହେଲେ ଅନିକେତ କୁମାର । ତାଙ୍କ ଘର କଟକରେ ବୋଲି ସୂଚନା ମିଳିଛି ।

ସକାଳୁ ଡ୍ୟୁଟି ପାଇଁ ସାଉଥ ଦିଲ୍ଲୀ ସ୍ଥିତ ଅଫିସରେ ପହଞ୍ଚିଥିଲେ ଅନିକେତ । ଏହାର କିଛି ସମୟ ପରେ ୧୦ ମହଲା ବିଲ୍ଡିଂରୁ ଡେଇଁ ପଡିଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । କୁହାଯାଉଛି ସେ ମାନସିକ ଚାପଗ୍ରସ୍ତ ଥିଲେ । ମାତ୍ର ଡିପ୍ରେସନର କାରଣ କଣ ହୋଇପାରେ । ପାରିବାରିକ ନା ଚାକିରିରେ ସମସ୍ୟା ଥିଲା ଜଣା ପଡିନି । ପୋଲିସ ମୃତଦେହ ଉଦ୍ଧାର କରି ଅଧିକ ଖୋଳତାଡ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.