SRFTIରେ ଇସ୍ରାଏଲର ଖ୍ୟାତି ସଂପନ୍ନ ଆନିମେଟର ଡେଭିଡ ପୋଲୋନସ୍କି, ଆନିମେସନର ନୂଆଦିଗ ଉପରେ ଦେଲେ ଟେନିଂ

କୋଲକାତା(କେନ୍ୟୁଜ): କୋଲକାତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ପ୍ରଶିକ୍ଷଣ ଶିବିରରେ ଇସ୍ରାଏଲର ଖ୍ୟାତି ସଂପନ୍ନ ପ୍ରଡକସନ ଡିଜାଇନର ଓ ଇଲୁଷ୍ଟ୍ରେଟର ପ୍ରଫେସର ଡେଭିଡ ପୋଲୋନସ୍କି । ଛାତ୍ରଛାତ୍ରୀଙ୍କୁ ଆନିମେସନର ନୂଆଦିଗ ଉପରେ ପୋଲୋନସ୍କି ଟ୍ରେନିଂ ଦେଇଥିଲେ । ଏହି ଅବସରରେ SRFTIର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

himansu sir

ସେହିପରି ଆନିମେସନ ଚଳଚ୍ଚିତ୍ର ନେଇ ପୋଲୋନସ୍କିଙ୍କ ସହ ଆଲୋଚନା ହୋଇଥିଲା । ଡେଭିଡ ପୋଲୋନସ୍କି ହେଉଛନ୍ତି ଇସ୍ରାଏଲର ବୁକ ଇଲୁଷ୍ଟ୍ରେଟର ତଥା ଆର୍ଟିଷ୍ଟିକ ଫିଲ୍ମ ନିର୍ଦ୍ଦେଶକ । ଇସ୍ରାଏଲର ପ୍ରମୁଖ ଖବରକାଗଜ ତଥା ମ୍ୟାଗାଜିନ ଓ ଶିଶୁଙ୍କ ପୁସ୍ତକରେ ତାଙ୍କର ବହୁ ଇଲୁଷ୍ଟ୍ରେସନ ପ୍ରକାଶ ପାଇଛି । ପୋଲୋନସ୍କି ଅନେକ ଶିଶୁ ଆନିମେସନ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ତାଙ୍କର ଦୀର୍ଘ ଦିନର ଥିବା ଅଭିଜ୍ଞତାକୁ ସେ ଏସଆରଏଫଟିର ଛାତ୍ରଛାତ୍ରୀଙ୍କୁ ବାଣ୍ଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.