Below header

ରାୟଗଡ଼ାରେ ପୁଣି ଜନନୀ ଯନ୍ତ୍ରଣା: ତିନି କିଲୋମିଟର ଭାରରେ ବୁହା ହେଲେ ଗର୍ଭବତୀ, ମେଡିକାଲ ଯିବା ବାଟରେ ଜନ୍ମ ଦେଲେ ଯାଆଁଳା ସନ୍ତାନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା । ତିନି କିଲୋମିଟର ଭାରରେ ବୁହା ହେଲେ ଗର୍ଭବତୀ । ମେଡିକାଲ ଯିବା ବାଟରେ ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ହେଲେ କିଛି ସମୟ ପରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା । କାଶୀପୁର ଅଡାଝୋଲି ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗାଁର ଆଶା ଦିଦି ଓ ଆମ୍ବୁଲାନ୍ସ ଡ୍ରାଇଭର ପାଖାପାଖି ତିନି କିଲୋମିଟର କାନ୍ଧରେ ବୋହି ଗର୍ଭବତୀଙ୍କୁ ନେଇଥିଲେ । ଗୁରୁତର ଅବସ୍ଥାରେ ମାଆ ଓ ଶିଶୁ ପୁତ୍ରକୁ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଉଭୟ ମାଆ ଓ ଶିଶୁ ଏବେ ସୁସ୍ଥ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.