Below header

ପଟିଆ ପଦ୍ମକେଶରପୁରରେ ମାତିଛି ନାଲିଆ ଷଣ୍ଢ, ଜଣକୁ ମାରି ୭ ଜଣଙ୍କୁ କଲାଣି ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍):ପଟିଆ ପଦ୍ମକେଶରପୁରରେ ନାଲିଆ ଷଣ୍ଢ ଆତଙ୍କ । ଗତ ଦୁଇ ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟିକରିଛି। ଏହି ଷଣ୍ଢଟି ଗତକାଲି ରାତିରେ ଜଣେ ବୃଦ୍ଧଙ୍କୁ ଆକ୍ରମଣକରି ମାରିଦେଇଥିବା ବେଳେ ଆଜି ୭ ଜଣ ଲୋକଙ୍କୁ ଗୋଡ଼େଇ ପ୍ରାଣାନ୍ତକ ଆକ୍ରମଣ କରିଛି। ଜଣେ ମହିଳା ଗୁରୁତର ହୋଇ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି।

ଘଟଣା ଅନୁଯାୟୀ ଗୁରୁବାରଦିନ ସଂଧ୍ୟାରେ ନାଲିଆ ଷଣ୍ଢ ଓ ଏକ କଳା ରଙ୍ଗର ଷଣ୍ଢ ମଧ୍ୟରେ ଲଢ଼େଇ ହୋଇଥିଲା।ପରେ ନାଲି ଷଣ୍ଢ କଳା ଷଣ୍ଢକୁ ଗୁରୁତର କରି ପଦ୍ମକେଶରପୁର ଦିଗକୁ ପଳାଇଥିଲା। ସେଠାରେ ଶୁକ୍ରବାର ସକାଳେ ସଦାଶିବ ଶବର ନାମକ ଜଣେ ବୃଦ୍ଧଙ୍କୁ  ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ବୃଦ୍ଧଙ୍କୁ ହସ୍ପିଟାଲ ନେଉଥିଲା ବେଳେ ତାଙ୍କର ରାସ୍ତାରେ ମୃତ୍ୟୁ ହୋଇଥିଲା।

ଆଜି ସକାଳେ ପୁଣି ସେହି ଷଣ୍ଢ କେଉଁ ଆଡ଼ୁ ଆସି ପଟିଆ ‌ଷ୍ଟେସନ୍ ଓ ଏହାର ଆଖପାଖ ଅଞ୍ଚଳରେ ରାସ୍ତାରେ ଯାତାୟକ କରୁଥିବା ଲୋକଙ୍କୁ ଗୋଡ଼ାଇ ଗୋଡାଇ ଆକ୍ରମଣ କରୁଛି। ଯେଉଁଥିରେ ଜଣେ ସ୍ଥାନୀୟ ଅଞ୍ଚଳର ମହିଳା ଗୁରୁତର ହୋଇଥିଲା ବେଳେ ଆଉ ଜଣେ ମହିଳାଙ୍କ ପେଟରେ ସିଙ୍ଗ ଭୁସି  ଭିତରର ମାଂସକୁ ବାହାର କରିଦେଇଛି। ଆଜି ରାତିରେ ଷଣ୍ଢଟି ପୁଣିଥରେ ଲୋକଙ୍କୁ ଗୋଡ଼ାଇ ଆକ୍ରମଣ କରୁଥିବା  ଦେଖି ଲୋକମାନେ ଷଣ୍ଢକ କାବୁକରି କାଞ୍ଜିଆହୁଦାକୁ ନେବାପାଇଁ ବିଏମସି ଓ ପଶୁ ବିଭାଗର କର୍ମଚାରୀଙ୍କୁ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.