Below header

ବନ କର୍ମଚାରୀଙ୍କ ସୁରକ୍ଷା ଘେରରେ ରହିଥିବା ଶିମିଳିପାଳ ଅଭୟାରଣ୍ୟ ଭିତରେ ହାତୀ ଶିକାର, ଦାନ୍ତ କାଟିନେଲେ ଶିକାରୀ

କେନ୍ୟୁଜ୍(ବ୍ୟୁରୋ):ଶିମିଳିପାଳରୁ ସାଂଘାତିକ ସତ। ବନ କର୍ମଚାରୀଙ୍କ ସୁରକ୍ଷା ଘେରରେ ରହିଥିବା ଶିମିଳିପାଳ ଅଭୟାରଣ୍ୟ ଭିତରେ ହାତୀ ଶିକାର। ଏକ ବିରାଟ ଦନ୍ତାହାତୀକୁ ମାରି ଦାନ୍ତ କାଟିନେଲେ ଶିକାରୀ। ଘଟଣାକୁ ଚାପି ଦେବାକୁ ଉଦ୍ୟମ କରି ବନକର୍ମଚାରୀମାନେ ମଲାହାତୀକୁ ପୋଡି ଦେହାବଶେଷକୁ ନଦୀରେ ଭସାଇ ଦେଲେ। ଶିମିଳିପାଳ ବନବାସୀ ଏ ସଂକ୍ରାନ୍ତରେ ଅଭିଯୋଗ କରିବା ପରେ ଏହି ସାଂଘାତିକ ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ ଜେନାବିଲ ରେଞ୍ଜରେ ଗତ ୧୫ ଦିନ ପୂର୍ବରୁ ଏକ ଦନ୍ତାହାତୀକୁ ଶୀକାର କରାଯାଇଥିଲା। ଶୀକାର ପରେ ଦାନ୍ତ କାଟି ନେଇଥିଲେ। ଏହାପରେ ରେଞ୍ଜର କିଛି ବନ କର୍ମଚାରୀ ନିଜ ଦୋଷ ଲୁଚାଇବାକୁ ଯାଇ ହାତୀର ମୃତଦେହକୁ ପୋଡି ଦେଇଥିଲେ। ଅବଶିଷ୍ଟ ଦେହାବଶେଷକୁ ନଦୀରେ ଭସାଇଦେଇଥିଲେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିବାବେଳେ ଫରେଷ୍ଟରଙ୍କ ସମେତ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଏନେଇ RCCF ଟି. ଅଶକୋ କୁମାର ସୂଚନା ଦେଇଛନ୍ତି । ହାତୀ ପୋଡ଼ାଯାଇଥିବା ସ୍ଥାନ ଚିହ୍ନଟ କରିବା ସହ ନଦୀରୁ କିଛି ହାଡ଼ ମଧ୍ୟ ଜବତ କରାଯାଇଛି। ଏହାକୁ ଅନୁଧ୍ୟାନ ପାଇଁ ଭୁନେଶ୍ୱର OUATକୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.