Below header

ବାଲେଶ୍ୱରରେ ଉଦଘାଟିତ ହୋଇଛି ଆଞ୍ଚଳିକ ବାଣିଜ୍ୟ ମେଳା ୨୦୧୯

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱରରେ ଉଦଘାଟିତ ହୋଇଯାଇଛି ଆଞ୍ଚଳିକ ବାଣିଜ୍ୟ ମେଳା ୨୦୧୯ । ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, କାଠ କାରିଗର, ପଥର କାରିଗର, ମାଟି ମୂର୍ତ୍ତି କାରିଗର ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ମେଳାରେ ପ୍ରଦର୍ଶିତ କରିଥିଲେ । ଗ୍ରାମାଞ୍ଚଳରେ ଉତ୍ପାଦିତ ସାମଗ୍ରୀ ଓ ତାହାର ବିକ୍ରିବଟା ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ମେଳାର ଆୟୋଜନ କରାଯାଇଛି । ଆଞ୍ଚଳିକ ବାଣିଜ୍ୟ ମେଳାକୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଏହି ମେଳା ଆସନ୍ତା ୨୪ ତାରିଖ ଯାଏ ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.