Below header

ବୌଦ୍ଧ ଜିଲ୍ଲା ବହିରା ଗାଁରେ କୁମ୍ଭୀର ଆତଙ୍କ, ୧୦ ଦିନ ହେଲା ଭୟଭୀତ ଅବସ୍ଥାରେ ଅଛନ୍ତି ଗାଁ ଲୋକେ

ବୌଦ୍ଧ(କେନ୍ୟୁଜ୍): ଗାଁରେ କୁମ୍ଭୀର ଆତଙ୍କ । ବୌଦ୍ଧ ଜିଲ୍ଲା ବହିରା ଗାଁରେ ଗତ ୧୦ ଦିନ ହେଲା ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗାଁର ଅଧିକାଂଶ ଲୋକ ଏହି ନାଳ ଉପରେ ସ୍ନାନ ପାଇଁ ନିର୍ଭର କରନ୍ତି । ତେଣୁ ଲୋକେ ଭୟଭୀତ ଅଛନ୍ତି । ଏହାସହ ନାଳଟି ଗାଁ ସ୍କୁଲ ନିକଟରେ ରହିଛି । ତେଣୁ ଛାତ୍ରଛାତ୍ରୀମାନେ ମଧ୍ୟ ଆତଙ୍କିତ । କୁମ୍ଭୀରଟିକୁ ବନ ବିଭାଗ ଅନ୍ୟତ୍ର ସ୍ଥାନାନ୍ତର କରି ପାରିନାହିଁ । ଖବର ପାଇ ନନ୍ଦନକାନନର ଏକ ଟିମ୍‌ ଆସି ଗାଁରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ବୌଦ୍ଧ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ଜଗି ରହିଛନ୍ତି । ବୌଦ୍ଧ-ଅନୁଗୁଳ ସୀମା ଟିକରପଡାରେ ରହିଛି କୁମ୍ଭୀର ପ୍ରଜନନ କେନ୍ଦ୍ର । କିଛି ଦିନ ତଳେ ମହାନଦୀରେ ଆସିଥିବା ବଢିରେ କୁମ୍ଭୀରଟି ଏହି ନାଳକୁ ଭାସି ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.