ନୂଆ ଟ୍ରାଫିକ୍‌ ନିୟମରେ ପୁଣି ଆସିଲା କଡ଼ା ଫାଇନ୍‌, ଆକ୍ଟିଭା ସ୍କୁଟର ପାଇଁ ଲକ୍ଷେ

ଭୁବନେଶ୍ବର(କେନ୍ୟୁଜ୍): ନୂଆ ଟ୍ରାଫିକ୍‌ ନିୟମରେ ପୁଣି ଆସିଲା କଡ଼ା ଫାଇନ୍‌ । ଆକ୍ଟିଭା ସ୍କୁଟର ପାଇଁ ହୋଇଛି ଲକ୍ଷେ ଟଙ୍କାର ଫାଇନ୍‌ । ଗାଡି ବିକ୍ରି କରିଥିବା ଡିଲରଙ୍କ ଉପରେ ଏହି ଜରିମାନା କରାଯାଇଛି । କଟକରୁ ଆସିଛି ଏଭଳି ଘଟଣା । ବାରଙ୍ଗ ନିକଟରେ ଚେକିଂ ବେଳେ କଟକ ଆରଟିଓ ପକ୍ଷରୁ ଫାଇନ୍‌ କରାଯାଇଛି । ଗତ ୧୨ ତାରିଖରେ ବାରଙ୍ଗ ନିକଟରେ ଗାଡି ଯାଞ୍ଚ କରାଯାଉଥିବା ବେଳେ ଆକ୍ଟିଭା ସ୍କୁଟରଟି ଧରାପଡ଼ିଥିଲା । ବିନା ନମ୍ବର ପ୍ଲେଟ୍‌ ଓ ବିନା ଡକ୍ୟୁମେଣ୍ଟରେ ଗାଡ଼ି ଚାଲୁଥିଲା । ଗତ ୨୮ ତାରିଖରେ ଭୁବନେଶ୍ୱର ସ୍ଥିତ ଖିମଜୀ ହୋଣ୍ଡାରୁ ଆକ୍ଟିଭା କିଣିଥିଲେ କବିତା ପଣ୍ଡା । ତେବେ ବିନା ରେଜିଷ୍ଟ୍ରେସନ୍‌ରେ ଖିମଜୀ ହୋଣ୍ଡା ଗାଡି ବିକିଥିବା ଅଭିଯୋଗ କରିଥିଲେ ଗାଡ଼ି ମାଲିକ । ଏନେଇ ସୋରୁମକୁ ଦୌଡ଼ି ଦୌଡ଼ି ନୟାନ୍ତ ପରେ ଇନଫୋସିସ ଥାନାରେ ଅଭିଯୋଗ କରି ଏଫଆଇଆର ଦେଇଛନ୍ତି କବିତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.