କି ବ୍ୟବସ୍ଥା, ରୋଗୀ ହେଲେ ହୀନସ୍ତା, ସମ୍ପର୍କୀୟ କାନ୍ଧରେ ବୋହିଲେ

ବୁର୍ଲା(କେନ୍ୟୁଜ): ବୁର୍ଲା କାନ୍ଧରେ ବୁହାହେଲେ ରୋଗୀ। ତା ପୁଣି କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବୁର୍ଲା ସହରରେ | ବୁର୍ଲା ଭୀମସାରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବୁର୍ଲା ମେଡିକାଲର କାଜୁଆଲିଟି ବିଭାଗରେ ଷ୍ଟ୍ରେଚର ଅଭାବରୁ ରୋଗୀଙ୍କୁ କାନ୍ଧରେ ବୋହିଲେ ସମ୍ପର୍କୀୟ । ଖବରରୁ ଜଣାଯାଇଛିକି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ହୀରାକୁଦ ସ୍ଥିତ ବୃନ୍ଦାବତୀ ପଡାର ରାମ ବାଗ ଅସୁସ୍ଥ ଥିବାରୁ ପରିବର ଲୋକେ ତାଙ୍କୁ ବୁର୍ଲା ମେଡିକାଲର କାଜୁଆଲିଟି ବିଭାଗରେ ଭର୍ତ୍ତି କରାଇଥିଲେ ।

ଡାକ୍ତର ତାଙ୍କର କରୋନା ପରୀକ୍ଷା କରିବା ପାଇଁ କହିଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ଷ୍ଟ୍ରେଚରରେ ନେବା ପାଇଁ ଦୀର୍ଘ ସମୟ ଧରି ଷ୍ଟ୍ରେଚର ଖୋଜିଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ହେଲେ ଷ୍ଟ୍ରେଚର ନମିଳିବାରୁ ପରିବାର ଲୋକେ ତାଙ୍କୁ କାନ୍ଧରେ ଟେକି ଟେକି ନେଇଥିଲେ। ତେବେ ଏନେଇ ହସ୍‌ପିଟାଲ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.