Below header

ଜୟପୁର : ଏଥିରେ ବି ଚାଲାଣ କରି ହେବ ଗଞ୍ଜେଇ, ହେଲେ ଧରା ନପଡ଼ିଲେ ହେଲା

ଜୟପୁର (କେନ୍ୟୁଜ୍‌) : ତମେ ଡାଳେ ଡାଳେ ଗଲେ ଆମେ ପତ୍ରେ ପତ୍ରେ ଯିବୁ । ଏକଥାକୁ ପ୍ରମାଣିତ କରିଛନ୍ତି ଗଞ୍ଜେଇ ଚାଲାଣକାରୀ। ଥରେ ଦେଖିଲେ ଆପଣ ବୁଝିଯିବେ ଆମେ କାହିଁକି ଏକଥା କହୁଛୁ । ଫଟୋରେ ଭଲ କରି ଦେଖନ୍ତୁ ଏହା ଟାୟାର ନା ଆଉ କିଛି ? ଆଜ୍ଞା ସତରେ ଏଇଟା ଟାୟାର । ହେଲେ ତା ଭିତରେ ଖୁବ୍‌ ଚାଲାକିରେ ଭର୍ତ୍ତି କରାଯାଇଛି ଗଞ୍ଜେଇ । ଦିନକୁ ଦିନ ନୂଆ ନୂଆ ତରିକା ଆପଣେଇ ପୋଲିସକୁ ଚକମା ଦେଉଛନ୍ତି ଗଞ୍ଜେଇ ଚୋରା ଚଲାଣକାରୀ । କେତେବେଳେ ଫଟୋଫ୍ରେମ ତ କେତେ ବେଳେ ଗାଡିର ଚେସିସ କଭର ବକ୍ସ ଆଉ କେତେବେଳେ ସିଟ୍‌ ତଳ କଭର ଭିତରେ। ଆଉ ଏବେ ଏକ୍ସଟ୍ରା ଟାୟାର ଭିତରେ ପାଞ୍ଚ ଲକ୍ଷ ଟଙ୍କାର ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଛି ।

GANJA-1

ତେବେ ଚୋରା ବେପାରୀ ଯେତେ ଚାଲାକି କଲେ ବି ପୋଲିସ କିନ୍ତୁ ନଛୋଡବନ୍ଧା । କୋରାପୁଟର ଗ୍ରୀନ କରିଡୋରରେ ଏବେ ପୋଲିସକୁ ମିଳୁଛି ସଫଳତା । ଚାଲାଣକାରୀଙ୍କ ନୂଆ ନୂଆ ଚାଲ୍‌କୁ ଫେଲ କରୁଛି । ଲମତାପୁଟରୁ ବାହାର ରାଜ୍ୟକୁ ପ୍ରାୟ ୫୦ କିଲୋ ଗଞ୍ଜେଇ ଏକ ମାରୁତି CIAZରେ ଚାଲାଣ ହେବା ବେଳେ ଯିବା ବେଳେ ଧରାପଡିଛି ସଦର ପୋଲିସ ହାତରେ । ଗଞ୍ଜେଇର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ଦୁଇଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୩ଟି ମୋବାଇଲ ଓ କାରକୁ ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.