Below header

‘ତିତ୍‌ଲି’ ପରେ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ରିଲିଫ ଓ ଉଦ୍ଧାର କାର୍ଯ୍ଯ, ସହାୟତା ପାଇଁ ଆଜିଠୁ ହେଲିକପ୍ଟର ନିୟୋଜିତ

ଭୁବନେଶ୍ବର(କେନ୍ଯୁଜ୍) : ତିତ୍‌ଲି ପ୍ରଭାବିତ ଅଞ୍ଚଳରେ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ରିଲିଫ ଓ ଉଦ୍ଧାର କାର୍ଯ୍ଯ । ସହାୟତା ପାଇଁ ହେଲିକପ୍ଟର ଆସିଛି । ଉଦ୍ଧାର ଏବଂ ରିଲିଫ କାର୍ଯ୍ଯରେ ଆଜିଠାରୁ ନିୟୋଜିତ ହେବ ।

helicop ଗଜପତି, ଗଞ୍ଜାମ ଏବଂ ରାୟଗଡ଼ା ବିଶେଷ ଭାବେ ପ୍ରଭାବିତ ହୋଇଛି । ବନ୍ୟା ପରିସ୍ଥିତି ସୁଧୁରୁଛି । ତଥାପି ଅନେକ ଲୋକ ପାଣି ଘେରରେ ରହିଛନ୍ତି । ରିଲିଫ ଏବଂ ଉଦ୍ଧାର କାର୍ଯ୍ଯକୁ ତ୍ୱରାନ୍ଵିତ କରାଯାଉଛି । ୧୪ଟି ଏନଡିଆରଏଫ ଓ ୧୨ଟି ଓଡ୍ରାଫ ଟିମ୍‌ ରିଲିଫ ଓ ଉଦ୍ଧାର କାମରେ ଲାଗିଛନ୍ତି ।

NorthIndiaଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବାବେଳେ ଗଛକାଟି ରାସ୍ତା ସଫା କରାଯାଉଛି । ସେହିପରି ବିଦ୍ୟୁତ୍‌ ଖୁଣ୍ଟି ଉପୁଡି ପଡ଼ିଥିବାରୁ ରାୟଗଡ଼ା ଏବଂ ଗଜପତି ଜିଲ୍ଲାର ବହୁ ଅଞ୍ଚଳ ଅନ୍ଧାରରେ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ଏସବୁର ପୁନରୁଦ୍ଧାର କାର୍ଯ୍ଯ ଚାଲିଛି । ବିଦ୍ୟୁତ ସରବରାହ ସ୍ୱାଭାବିକ ହେବାକୁ ଆଉ ୩ ରୁ ୪ ଦିନ ପର୍ଯ୍ଯନ୍ତ ସମୟ ଲାଗିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.