ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୧୪ ଦେଶର ପ୍ରତିନିଧି, ଓଡ଼ିଶାର କଳା ଓ ସଂସ୍କୃତି ବିଷୟରେ ଅବଗତ କରାଇଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ୧୪ଟି ଦେଶର ମନ୍ତ୍ରୀ, ସାଂସଦ, ନୀତି ପରାମର୍ଶଦାତା ଓ କୂଟନୀତିଜ୍ଞ। ଲୋକସେବା ଭବନର କନଭେନସନ ସେଣ୍ଟରରେ ସାକ୍ଷାତ ଆଲୋଚନା ହୋଇଥିଲା। ଅତିଥିଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଭାରତ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର। ୭୫ ବର୍ଷ ହେଲା ଗଣତନ୍ତ୍ରର ପରମ୍ପରା ରହି ଆସିଛି।

ଏହି ଅବସରରେ ଓଡ଼ିଶାର କଳା, ସଂସ୍କୃତି ଓ ପ୍ରାକୃତିକ ସଂମ୍ପଦ ବିଷୟରେ ଅତିଥିଙ୍କୁ ଅବଗତ କରାଇଥିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଗତ କିଛି ବର୍ଷ ହେଲା ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଅର୍ଥନୀତି, ଶିଳ୍ପ ଓ ଭିତ୍ତିଭୂମିରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରତିନିଧିମାନେ ଓଡ଼ିଶାର ଉଲ୍ଲେଖନୀୟ ଉପଲବ୍ଧି ନେଇ ନବୀନଙ୍କୁ ପ୍ରଶଂସା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.