ତାତିରୁ ମିଳିବ ତ୍ରାହି, ଆଜିଠୁ ରାଜ୍ୟରେ ଚାରି ଦିନ କାଳବୈଶାଖୀ ସମ୍ଭାବନା ରହିଛି

ଗତକାଲି ରାଜ୍ୟର ୨୦ ସହରରେ ୪୦ ଡିଗ୍ରୀ ଉପରେ ରହିଥିଲା ପାରଦ । ଆଜିଠାରୁ ଖରା ତାତିରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିପାରେ । ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି ।

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ରାଜ୍ୟରେ କମିବ ଗ୍ରୀଷ୍ମକୋପ । ତାତିରୁ ମିଳିବ ତ୍ରାହି । ବର୍ଷା ଦେବ ଆଶ୍ୱସ୍ତି । ଆଜିଠୁ ରାଜ୍ୟରେ ଚାରି ଦିନ କାଳବୈଶାଖୀ ସମ୍ଭାବନା ରହିଛି । ଗତକାଲି ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା କମିଥିଲେ ବି ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ପୂରା ଓଡ଼ିଶା ସିଝିଥିଲା । ଗତକାଲି ରାଜ୍ୟର ୨୦ ସହରରେ ୪୦ ଡିଗ୍ରୀ ଉପରେ ରହିଥିଲା ପାରଦ । ଆଜିଠାରୁ ଖରା ତାତିରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିପାରେ । ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଫଳରେ ଦିନବେଳା ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇପାରେ । ନିମ୍ନ ଚାପରେଖା ସହ ଓଡ଼ିଶା ନିକଟରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି ।

ଯାହାର ପ୍ରଭାବରେ ରାଜ୍ୟକୁ ବଙ୍ଗୋପସାଗର ଆଡୁ ଜଳିୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ । ଫଳରେ ଦିନରେ ତାତି ରହିଲେ ବି ଅପରାହ୍ଣ ସମୟରେ ଘଡଘଡି ବିଜୁଳି ସହ ବର୍ଷା ହେବ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ଆଜି ପାଇଁ ୧୨ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ପାଇଁ ୧୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆସନ୍ତା ୧୯ ତାରିଖ ଯାଏ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.