ରବିବାର ରାଶିଫଳ : ଆଜି ସୂର୍ଯ୍ୟଙ୍କ ଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ, ପଢ଼ନ୍ତୁ କ’ଣ କହୁଛି ଆପଣଙ୍କ ରାଶି

ଭରପୁର ଆତ୍ମବିଶ୍ୱାସ ରହିବ । ମାନସିକ ଶାନ୍ତି ପାଇଁ ଚେଷ୍ଟା କରନ୍ତୁ । ଚାକିରିରେ ପରିବର୍ତ୍ତନ ଯୋଗ ଆସୁଛି । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ମେଷ : ମନରେ ଅଶାନ୍ତି ସୃଷ୍ଟି ହେବ । ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କାରବାରରେ ଅର୍ଥ ନିବେଶ କରିପାରନ୍ତି । ଅର୍ଥ ଲାଭ ହୋଇପାରେ । ମାନ ସମ୍ମାନ ବୃଦ୍ଧି ଘଟିବ ।

ବୃଷ : ମନରେ ଦ୍ୱନ୍ଦ୍ୱ ଉପୁଜିବ । ଜୀବନସାଥୀଙ୍କ ସହଯୋଗ ମିଳିବ । ଚାକିରିରେ ଅଧିକ ଦାୟିତ୍ୱ ମିଳିପାରେ । ଖର୍ଚ୍ଚ ବଢ଼ିବ, ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ ।

ମିଥୁନ : ଭରପୁର ଆତ୍ମବିଶ୍ୱାସ ରହିବ । ମାନସିକ ଶାନ୍ତି ପାଇଁ ଚେଷ୍ଟା କରନ୍ତୁ । ଚାକିରିରେ ପରିବର୍ତ୍ତନ ଯୋଗ ଆସୁଛି । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

କର୍କଟ : ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ମନ ଅଶାନ୍ତି ରହିବ । ସନ୍ତାନଙ୍କ ପକ୍ଷରୁ ଖୁସୀ ଖବର ମିଳିପାରେ । ସ୍ଥାନ ପରିବର୍ତ୍ତନ ଯୋଗ ଅଛି । ପତ୍ନୀ ସହ କଳହ ହୋଇପାରେ ।

ସିଂହ : ପାରିବାରିକ ଦାୟିତ୍ୱ ବଢ଼ିବ । ବନ୍ଧୁଙ୍କ ସହଯୋଗ ମିଳିବ । ମାନ ସମ୍ମାନ ପ୍ରାପ୍ତି ହେବ । ବ୍ୟବସାୟରେ ସ୍ଥିତି ଭଲ ରହିବ । ମାନସିକ ଶାନ୍ତି ରହିବ । କାର୍ଯ୍ୟରେ ପରିବର୍ତ୍ତନ ଯୋଗ ଅଛି ।

କନ୍ୟା : ମାନସିକ ଶାନ୍ତି ପାଇଁ ଚେଷ୍ଟା କରନ୍ତୁ । ଚାକିରିରେ ଉଚ୍ଚ କର୍ମଚାରୀଙ୍କ ସହଯୋଗ ମିଳିବ । ଯାତ୍ରା ଯୋଗ ରହିଛି । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ । ଖର୍ଚ୍ଚ ବଢ଼ିବ ।

ତୁଳା : ମନରେ ନିରାଶ ଓ ଅସନ୍ତୋଷ ଦେଖାଯିବ । ମାନସିକ ଶାନ୍ତି ପାଇଁ ଚେଷ୍ଟା କରନ୍ତୁ । ପରିବାରର ସହଯୋଗ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ପୁରୁଣା ବନ୍ଧୁଙ୍କ ସହ ସମ୍ପର୍କ ବଢ଼ିବ ।

ବିଚ୍ଛା : କଥାବାର୍ତ୍ତାରେ ସନ୍ତୁଳନ ରକ୍ଷା କରନ୍ତୁ । ଚାକିରିରେ ଉନ୍ନତିର ଯୋଗ ରହିଛି । ସ୍ଥାନ ପରିବର୍ତ୍ତନ ହୋଇପାରେ । ପୁରୁଣା ବନ୍ଧୁଙ୍କ ସହ ପୁଣି ସମ୍ପର୍କ ହେବ । ବ୍ୟର୍ଥ ବିବାଦରୁ ଦୂରରେ ରୁହନ୍ତୁ ।

ଧନୁ : କାରବାର ବଢ଼ାଇବା ପାଇଁ ଭାଇ ଭଉଣୀଙ୍କ ସହଯୋଗ ମିଳିବ । ଲାଭ ପ୍ରାପ୍ତର ଯୋଗ ରହିଛି । ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ମାନ ସମ୍ମାନ ବୃଦ୍ଧି ହେବ । ଲାଭ ଯୋଗ ରହିଛି ।

ମକର : ମାନସିକ ଶାନ୍ତି ରହିବ । ପାରିବାରିକ ଜୀବନ ସୁଃଖମୟ ହେବ । ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପରିବାରରେ ସୁଃଖ ଶାନ୍ତି ରହିବ । ବ୍ୟବସାୟରେ ଉନ୍ନତି ଆସିବ ।

କୁମ୍ଭ : ମନ ପ୍ରସନ୍ନ ରହିବ । ଶିକ୍ଷାରେ ମନ ଲାଗିବ । କୌଣସି ରାଜନେତାଙ୍କ ସହ ଭେଟ ହେବ । ସଂଗୀତ ପ୍ରତି ଋଚି ଆସିବ । ପିତାଙ୍କ ଠାରୁ ଧନ ପ୍ରାପ୍ତି ଯୋଗ ଅଛି । ମାତାଙ୍କ ସହଯୋଗ ମିଳିବ ।

ମୀନ : ମନରେ ଆଶା-ନିରାଶା ଭାବ ସୃଷ୍ଟି େ ହବ । ପାରିବାରିକ ଜୀବନ କଷ୍ଟମୟ ହେବ । ଖର୍ଚ୍ଚ ପ୍ରତି ସଚେତନ ରୁହନ୍ତୁ । ଚାକିରିରେ ଉନ୍ନତି ଯୋଗ ରହିଛି । ମନ ଅଶାନ୍ତ ରହିବ । ସନ୍ତାନ କଷ୍ଟ ରହିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.