ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦକୁ ହତ୍ୟା, ମିଡିଆ ବାଇଟ ବେଳେ ଗୁଳିକରି ନିପାତ କଲେ ଦୁର୍ବୃତ୍ତ

ଅତିକ ଅହମ୍ମଦ ଉମେଶ ପାଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ। ସେ ହିଁ ଉମେଶ ପାଲକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା। ତେବେ ଉମେଶ ପାଲକୁ ଅତିକର ପୁଅ ଅସଦ ଓ ତାର ଆଉ ଜଣେ ସହଯୋଗୀ ହତ୍ୟା କରିଥିଲା।

କେନ୍ୟୁଜ୍(ବ୍ୟୁରୋ):ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ନିପାତ । ମାଫିଆରୁ ରାଜନେତା ପାଲଟିଥିବା ଅତିକ ଅହମ୍ମଦ ଓ ତା ଭାଇ ଅସ୍ରଫ ଅହମ୍ମଦକୁ ଗୁଳିକରି ହତ୍ୟା। ପ୍ରୟାଗରାଜରେ ଗୁଳିକରି ହତ୍ୟା। ୨ ରୁ ୩ ଜଣ ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ସୂଚନା। ପ୍ରୟାଗରାଜର ଧୁମନଗଞ୍ଜ ପୋଲିସ ଷ୍ଟେସନ ଭିତରେ ଗୁଳିକାଣ୍ଡ ହୋଇଛି। ଅତିକ ଅହମ୍ମଦ ହାତରେ ହାତକଡ଼ି ପଡ଼ିଥିବା ବେଳେ ଗୁଳିମାଡ଼ ହୋଇଛି। ଅତିକ ଅହମ୍ମଦ ଉମେଶ ପାଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ। ସେ ହିଁ ଉମେଶ ପାଲକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା। ତେବେ ଉମେଶ ପାଲକୁ ଅତିକର ପୁଅ ଅସଦ ଓ ତାର ଆଉ ଜଣେ ସହଯୋଗୀ ହତ୍ୟା କରିଥିଲା।

ଅସଦ ଓ ତାର ସହଯୋଗୀକୁ ଦୁଇ ଦିନ ପୂର୍ବରୁ ଝାନସୀରେ ଏନକାଉଣ୍ଟର କରିଥିଲା ପୋଲିସ। ଆଜି ତାର ଶେଷକୃତ୍ୟ ହୋଇଛି। ପୁଅର ଶେଷକୃତ୍ୟ ଦିନ ଅତିକକୁ ଗୁଳିକରି ହତ୍ୟା କରାଯାଇଛି। ଗ୍ୟାଙ୍ଗଷ୍ଟରରୁ ନେତା ପାଲଟିଥିଲା ଅତିକ ଅହମ୍ମଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.