Below header

ଯାଜପୁର ବଡଝରି ଗାଁରୁ ଉଦ୍ଧାର ହେଲା ୧୨ ଫୁଟର ଅଜଗର

ଯାଜପୁର (କେ ନ୍ୟୁଜ୍‌) : ଚଣ୍ଡିଖୋଲ ମାହାବିନାୟକ ନିକଟସ୍ଥ ବଡଝରି ଗାଁରୁ ବନ ବିଭାଗ ଉଦ୍ଧାର କଲା ୧୨ ଫୁଟ ଲମ୍ବର ଅଜଗର ସାପ। ଏହି ଅଜଗର ସାପଟିର ବୟସ  ୮ବର୍ଷ ଓ ଓଜନ ୩୫ କେଜି ରହିଥିବା ବନ ବିଭାଗ ଅଧିକାରୀ ଶଶିକାନ୍ତ ବେହେରାଙ୍କ ତରଫରୁ ସୂଚନା ମିଳିଛି। ପ୍ରକ୍ ମୌସୁମୀ ବର୍ଷା ଚାଲୁଥିବା ବେଳେ ଖାଦ୍ୟ ସନ୍ଧାନରେ ସାପଟି ପାହାଡ ତଳକୁ ଚାଲିଆସିଥିବା ଜଣା ପଡିଛି। ଖବର ପାଇ ବନବିଭାଗ କର୍ମଚାରୀ ଓ ଅଧିକାରୀମାନେ ସାପଟିକୁ ଉଦ୍ଧାର କରିବା ସହ ତେଲିଗଡ଼ ପାହାଡରେ ଛାଡିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.