Below header

କ୍ରେଡିଟ୍ କାର୍ଡ ସାଇଜ୍ ଏହି ଫୋନର ବିକ୍ରି ଆରମ୍ଭ, ଜାଣନ୍ତୁ ଏହାର ଦାମ୍ ଏବଂ ଫିଚର୍

PALMଗତ ବର୍ଷ ନିଜର ପ୍ରଥମ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ ଲଞ୍ଚ କରିଥିଲେ। ପାମ୍ ଫୋନରେ କେବଳ ୩.୩ ଇଞ୍ଜର ଡିସପ୍ଲେ ରହିଛି। ଏହାର ଆକାର ଏକ କ୍ରେଡିଟ୍ କାର୍ଡ ସହିତ ବରାବର ଅଟେ। ପାମ୍ ଫୋନରେ ଏଲସିଡି ଡିସପ୍ଲେ ରହିଛି ଏବଂ ଏହାକୁ ୱାଟର ଏବଂ ଡଷ୍ଟପ୍ରୁଫ୍ କରିବା ପାଇଁ IP୬୮ ରେଟିଂ ମିଳିଛି। ଏବେ ପର୍ଯ୍ୟନ୍ତ ଏହି ଫୋନରେ ଲକ୍ ଭର୍ସନର ବିକ୍ରି ହେଉଥିଲା। କିନ୍ତୁ ବର୍ତ୍ତମାନ ଏହାର ଅନଲକ୍ ଭର୍ସନର ବିକ୍ରି ଆରମ୍ଭ ହୋଇଛି। ଅବଶ୍ୟ ଏହାର ବିକ୍ରି ଆମେରିକା ବଜାରରେ ହେଉଛି। ଭାରତରେ ଏହି ଫୋନର ଲଞ୍ଚିଂର କୌଣସି ଖବର ଆସିନାହିଁ।

ପାମ୍ ଫୋନର ଦାମ୍ ଏବଂ ଖାସିୟତ୍

palm phoneପାମ୍ ଫୋନର ଦାମ୍ ୩୫୦ ୟୁଏନ ଡଲାର ଅର୍ଥାତ୍ ୨୪,୩୯୧ ଟଙ୍କା ଅଟେ। ପାମ୍ ଫୋନରେ ସିଙ୍ଗଲ ସିମ୍ ସ୍ଲଟ୍, ଆଣ୍ଡ୍ରଏଡ୍ ଓରିଓ ୮.୧, ଫ୍ରଣ୍ଟ ଏବଂ ବ୍ୟାକ୍ ପ୍ୟାନେଲରେ କର୍ଣ୍ଣିଙ୍ଗ ମରିଲା ଗ୍ଲାସ ପ୍ରୋଟେକସନ, କ୍ବାଲକମର ସ୍ନାପଡ୍ରାଗନ ୪୫୦ ଅକ୍ଟୋକୋର ପ୍ରୋସେସର ସହିତ ୩ ଜିବି ରାମ ଏବଂ ୩୨ ଜିବିର ଷ୍ଟୋରେଜ୍ ରହିଛି।

ପାମ୍ ଫୋନ କ୍ୟାମେରା

ଏହାର କ୍ୟାମେରା ବିଷୟରେ କହିବାକୁ ଗଲେ ଏଥିରେ ୧୨ ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ରିୟର କ୍ୟାମେରା ସହିତ ଫ୍ଲାସ ଲାଇଟ୍ ମିଳିବ। ଏହାଛଡା ଫୋନରେ ୮୦୦ମାହର ବ୍ୟାଟେରୀ ଦିଆଯାଇଛି। ଏହାସହିତ ଏଥିରେ 4G LTE, ବ୍ଲୁଟୁଥ୍ v4.2, ୱାଇ-ଫାଇ, ଜିପିଏସ ଏବଂ ୟୁଏସବି ଟାଇପ ସି ଚାର୍ଜିଂ ପୋର୍ଟ ରହିଛି। ଫୋନରେ ୩.୫ ଏମଏମର ହେଡଫୋନ ଜ୍ୟାକ୍ ମଧ୍ୟ ରହିଛି। ଫୋନରେ ଫେସ୍ ଅନଲକ୍ ଫିଚର ମଧ୍ୟ ଦିଆଯାଇଛି। ତେବେ ଏହା ଏହି କ୍ରେଡିଟ କାର୍ଡ ଆକାରର ଖାସ୍ ଫୋନ ଭାରତରେ କେବେ ଲଞ୍ଚ ହେବ ତାହା ବାକି ରହିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.