ଆଜି ଘରକୁ ଫେରିବେ ଟନେଲରୁ ଉଦ୍ଧାର ଓଡ଼ିଆ ଶ୍ରମିକ, ଅପେକ୍ଷାରେ ପରିବାର

ଆଜି ଓଡ଼ିଶା ଫେରିବେ ୪ ଶ୍ରମବୀର। ଉତ୍ତରକାଶୀ ସିଲକ୍ୟାରା ଟନେଲରୁ ଉଦ୍ଧାର ହୋଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଆଜି ଓଡ଼ିଶା ଫେରିବେ । ଏମାନେ ହେଲେ ମୟୂରଭଞ୍ଜ ତିରିଂ ଥାନା କୁଳଡିହା ଗାଁର ରାଜୁ ନାଏକ, ବାଙ୍ଗିରିପୋଷି ବ୍ଲକ ବେଢାକୁରା ଗାଁର ଧୀରେନ ନାଏକ ଯୋଗୀବନ୍ଧ ଗାଁର ବିଶେଶ୍ବର ନାଏ କ ଓ ନବରଙ୍ଗପୁରର ଭଗବାନ ବତ୍ରା।

(କେନ୍ୟୁଜ): ଆଜି ଓଡ଼ିଶା ଫେରିବେ ୪ ଶ୍ରମବୀର। ଉତ୍ତରକାଶୀ ସିଲକ୍ୟାରା ଟନେଲରୁ ଉଦ୍ଧାର ହୋଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଆଜି ଓଡ଼ିଶା ଫେରିବେ । ଏମାନେ ହେଲେ ମୟୂରଭଞ୍ଜ ତିରିଂ ଥାନା କୁଳଡିହା ଗାଁର ରାଜୁ ନାଏକ, ବାଙ୍ଗିରିପୋଷି ବ୍ଲକ ବେଢାକୁରା ଗାଁର ଧୀରେନ ନାଏକ ଯୋଗୀବନ୍ଧ ଗାଁର ବିଶେଶ୍ବର ନାଏ କ ଓ ନବରଙ୍ଗପୁରର ଭଗବାନ ବତ୍ରା। ରାଜ୍ୟ ଶ୍ରମମନ୍ତ୍ରୀ ଶାରଦା ନାୟକ ଏମାନଙ୍କୁ ବିମାନ ଯୋଗେ ଓଡ଼ିଶା ଆଣିବା ଦାୟିତ୍ବ ନେଇଛନ୍ତି । ରୁଷିକେଶ ସ୍ଥିତ ସମ୍ପକୀୟଙ୍କ ଘରେ ତପନ ମଣ୍ଡଳ ରହିବେ ବୋଲି ଜଣାପଡିଛି ।

5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ସମସ୍ତ ଶ୍ରମିକଙ୍କ ସହ ଫୋନରେ କଥା ହୋଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି । ଗତକାଲି ଶ୍ରମମନ୍ତ୍ରୀ ୪ ଓଡ଼ିଆ ଶ୍ରମିକ ଓ ତାଙ୍କ ସଂପର୍କୀୟ ଓ ବିଭାଗୀୟ ଅଧିକାରୀଙ୍କୁ ନେଇ କାରରେ ଦିଲ୍ଲୀ ବାହାରିଥିଲେ । ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଦିଲ୍ଲୀରେ ପହଞ୍ଚିଛନ୍ତି । ଆଜି ସମସ୍ତେ ଓଡ଼ିଶା ଫେରିବେ। ଗତ ୨୮ ତାରିଖରେ ଦୀର୍ଘ ୧୭ ଦିନ ପରେ ଏମାନେ ସୁରକ୍ଷିତ ଭାବେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.