ଅବପାତର ରୂପ ନେଇନି ଲଘୁଚାପ, ବିଳମ୍ବରେ ସୃଷ୍ଟି ହେବ ବାତ୍ୟା; ପାଣିପାଗ କେନ୍ଦ୍ରର ସୂଚନା

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ୨୯ ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇ ଏହାର ୪୮ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବା କଥା । ମାତ୍ର ଏ ପର୍ଯ୍ୟନ୍ତ ଅବାପାତ ସୃଷ୍ଟି ହୋଇାପାରି ନାହିଁ ।

ଭୁବନେଶ୍ୱର (କେନ୍ୟୁଜ): ଆଣ୍ଡାମାନରେ ସୃଷ୍ଟି ହେବାକୁ ଥିବା ବାତ୍ୟା ପ୍ରକ୍ରିୟା ବିଳମ୍ବ ହେବ । ବର୍ତ୍ତମାନ ଲଘୁଚାପ ଅବପାତରେ ପରିଣତ ହୋଇ ନାହିଁ । ତେଣୁ ପୂର୍ବରୁ ଆକଳନ କରାଯାଇଥିବା ତାରିଖ ତୁଳନାରେ ଅବପାତ ଓ ବାତ୍ୟା ସୃଷ୍ଟି ପାଇଁ ଅଧିକ ସମୟ ଲାଗୁଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ୨୯ ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇ ଏହାର ୪୮ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବା କଥା । ମାତ୍ର ଏ ପର୍ଯ୍ୟନ୍ତ ଅବାପାତ ସୃଷ୍ଟି ହୋଇାପାରି ନାହିଁ । ଏଥିପାଇଁ ଆହୁରୀ ୨୪ ଘଣ୍ଟା ଆବଶ୍ୟକ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସଦୃଶ ଲଘୁଚାପ ରୂପରେ ରହିଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବବାତରେ ପରିଣତ ହେବ । ୩ତାରିଖରେ ବାତ୍ୟାର ରୂପ ନେଇ ୪ତାରିଖ ସୁଦ୍ଧା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିବ । ବାତ୍ୟାରେ ପରିଣତ ହେବା ପରେ ଏହାର ନାଁ ରହିବ ମିଗଜମ। ଆଇଏମଡିର ପୂର୍ବାନୁମାନ ଅନୁସାରେ ଓଡ଼ିଶା ଉପରେ ପଡ଼ିନପାରେ ବାତ୍ୟାର ପ୍ରଭାବ। କିନ୍ତୁ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ଆକଳନ ଅନୁସାରେ ବାତ୍ୟାର ପ୍ରଭାବ ଆନ୍ଧ୍ରପ୍ରଦେଶ, ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ପଡ଼ିପାରେ। ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ଚିତ୍ର ଜାରି କରିନାହିଁ ଆଇଏମଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.