ଅଧାରେ ରହିଗଲା ତାରିଣୀ ଦର୍ଶନ: ଟ୍ରକକୁ ପିଟିଲା ଭ୍ୟାନ୍, ୮ ମୃତ

ମର୍ମନ୍ତୁଦ ଦୁର୍ଘଟଣାରେ ଗଲା ୮ ଜୀବନ। ଟ୍ରକ ପଛରେ ପିଟି ହେଇଗଲା ଟାଟା ୱିଙ୍ଗର। ଘଟଗାଁ- ୨୦ନମ୍ବର ଜାତୀୟ ରଜପଥ ବାଲିଜୋଡ଼ି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଘଟଗାଁ (କେନ୍ୟୁଜ): ମା ତାରିଣୀଙ୍କୁ ଦର୍ଶନ କରିବେ , ସକାଳୁ ସକାଳୁ ଆଶୀର୍ବାଦ ନେବେ । ଏଇ ଆଶା ନେଇ ଆସିଥିଲେ । ହେଲେ କ୍ଷଣିକରେ ପାଣି ଫୋଟକା ପରି ମିଳାଇଗଲା ମନର ଆଶା । ଅଧାରେ ରହିଗଲା ତାରିଣୀ ଦର୍ଶନ। ମନ୍ଦିର ପହଞ୍ଚିବାକୁ ମାତ୍ର ୪ କିଲୋମିଟର ବାକି ଥିଲା, ହେଲେ ଚାଲିଗଲା ଜୀବନ। ମର୍ମନ୍ତୁଦ ଦୁର୍ଘଟଣାରେ ୮ ମୃତ, ୧୨ଗୁରୁତର। ଟ୍ରକ ପଛରେ ପିଟି ହୋଇଗଲା ଭ୍ୟାନ୍। କେନ୍ଦୁଝର ଘଟଗାଁ- ୨୦ନମ୍ବର ଜାତୀୟ ରାଜପଥ ବାଲିଯୋଡ଼ି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ଜଣ ପୁରୁଷ, ୩ଜଣ ମହିଳା ମଧ୍ୟ ଅଛନ୍ତି । ଆହତଙ୍କ ମଧ୍ୟରେ ବି ଅନେକ ଶିଶୁ ଓ ମହିଳା ଅଛନ୍ତି। ସମସ୍ତ ମୃତକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପୋଡାମାରି ଗାଁର। ଏକ ଭ୍ୟାନରେ ୨୦ ଜଣ ତାରିଣୀ ଦର୍ଶନ ପାଇଁ ଘଟଗାଁ ଆସୁଥିଲେ। ଭୋର ପ୍ରାୟ ୫ଟା ସମୟରେ ୨୦ନମ୍ବର ଜାତୀୟ ରାଜପଥ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ ପଛପଟେ ଦ୍ରୁତ ବେଗରେ ଆସି ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଭ୍ୟାନଟି ସଂପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି। କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣା ପରେ ଭ୍ୟାନ ଡ୍ରାଇଭର ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସେପଟେ ସଡ଼ ସୁରକ୍ଷା ନେଇ ଆଜିଠୁ ଶୂନ୍ୟ ମୃତ୍ୟୁ ସପ୍ତାହ ଆରମ୍ଭ ହେଉଥିବାବେଳେ ସକାଳୁ ୧୦ ଜଣଙ୍କ ଜୀବନ ଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.