ବିଜେଡି ପଦାଧିକାରୀ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର: ବିଜେଡି ଦଳୀୟ ପଦାଧିକାରୀ ସ୍ତରରେ ହୋଇଛି ଅଦଳବଦଳ ।  ଦେବଶିଷ ସାମନ୍ତରାୟଙ୍କୁ ଦଳର ସାଧାରଣ ସମ୍ପାଦକ ପଦରୁ ଅବ୍ୟାହତି କରାଯାଇ କଟକ ଜିଲ୍ଲା ବିଜେଡିର ସଭାପତି ଭାବରେ ନିଯୁକ୍ତି କରାଯାଇଥିବା ବେଳେ ସସ୍ମିତ ପାତ୍ରଙ୍କୁ ଦଳର ସଂଖ୍ୟାଲଘୁ ବ୍ୟାପାର ସମ୍ପାଦକ ପଦରେ ନିଯୁକ୍ତ କରାଯାଇଛି । ସେହିପରି ବିମ୍ବାଧର କୁଅଁରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ଇଡ଼ଚାର୍ଜ, ଚନ୍ଦ୍ରଶେଖର ସାହୁଙ୍କୁ ଉପ-ସଭାପତି, ବିକ୍ରମ ପଣ୍ଡାଙ୍କୁ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତି କରାଯାଇଛି । ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ପଦରୁ ବିଦା ହେଲେ ପ୍ରମୋଦ ରଥ । ନୂତନ କେନ୍ଦୁଝର ଜିଲ୍ଲା ସଭାପତି ଭାବେ ବିମ୍ବାଧର ବିଶ୍ୱାଳଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଗଞ୍ଜାମର ଟାଣୁଆ ନେତା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଉପସଭାପତି ଭାବେ ନିଯୁକ୍ତି ମିଳିଛି ।

Leave A Reply

Your email address will not be published.