ଅଣପରିବହନ ଗାଡ଼ିର ଭଡ଼ା ଲଗାଣ ଉପରେ ପରିବହନ ବିଭାଗର କଟକଣା, ନିୟମ ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ

ଅଣପରିବହନ ଗାଡ଼ିର ଭଡ଼ା ଲଗାଣ ଉପରେ ପରିବହନ ବିଭାଗର କଟକଣା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରୀ ଅଫିସ ଏବଂ PSU କ୍ଷେତ୍ରରେ ଏହି କଟକଣା ଲଗୁହେବ । କେବଳ ଯାତ୍ରୀ ପରିବହନ ଲାଗି ପଞ୍ଜିକୃତ ଗାଡ଼ିକୁ ଭଡାରେ ନେଇପାରିବେ । ଯାତ୍ରୀ ପରିବହନ ଗାଡି ଗୁଡିକର ନମ୍ବର ପ୍ଲେଟ ହଳଦୀ ରଙ୍ଗରେ କଳା ଅକ୍ଷରର ନମ୍ବର ରହିବ। ସମ୍ପୃକ୍ତ ଗାଡ଼ି ଗୁଡିକର କାଗଜପତ୍ର ସବୁ ସଠିକ୍ ଥିବା ଆବଶ୍ୟକ। ଏହି ନିୟମ ଭଙ୍ଗ କଲେ ସମ୍ପୃକ୍ତ ଗାଡ଼ି ଓ ମାଲିକଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଏହାସହ ମାଲିକଙ୍କ ବିରୋଧରେ ମାମଲା ରୁଜୁ ସହ ଗାଡ଼ି ମାଲିକଙ୍କ ନାଁରେ ଇ-ଚାଲଣ କଟାଯିବ ବୋଲି ରାଜ୍ୟ ପରିବହନ ବିଭାଗ ଜଣାଇଛି।
କେନ୍ଦ୍ର ଏବଂ ରାଜ୍ୟ ସରକାରୀ ବିଭାଗ, କେନ୍ଦ୍ରୀୟ ଏବଂ ରାଜ୍ୟ PSU, ULB, ଶିଳ୍ପ ଘର, ବ୍ୟକ୍ତିମାନେ ଅଣ ପରିବହନ (ବେସରକାରୀ) ଯାନ ନିଯୁକ୍ତି କରିପାରିବେ ନାହିଁ । ଘରୋଇ ଯାନର ଭଡ଼ାଟିଆଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯିବ ଏବଂ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।