Below header

ବ୍ରହ୍ମପୁର: ଚୋରା ଚାଲାଣ ହେଉଥିବା ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ କଲା ଅବକାରୀ ବିଭାଗ, ଦୁଇ ଗିରଫ

ବ୍ରହ୍ମପୁର(କେନ୍ୟୁଜ୍): ବେଆଇନ ଓ ଚୋରାରେ ଗଞ୍ଜେଇ ଚାଲାଣବେଳେ ଏକ ମିନିଟ୍ରକକୁ ଜବତ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ବ୍ରହ୍ମପୁର ସହର ଦେଇ ଯାଉଥିବା ସମସ୍ତ ଟ୍ରକକୁ ଚେକିଂ କରୁଥିଲା । ଟ୍ରକଟି ବ୍ରହ୍ମପୁର ସହରର ଫାଷ୍ଟ ଗେଟ ଦେଇ ଯାଉଥିବା ବେଳେ ଅବକାରୀ ଗୁଇନ୍ଦା ବିଭାଗର କର୍ମଚାରୀମାନେ ଧରିବାରେ ସଫଳ ହୋଇଥିଲେ ।

ganja seized

ଟ୍ରକରେ ଥିବା ଦୁଇ ଜଣଙ୍କୁ ଗିରଫ କରିଛି ବିଭାଗ । ଟ୍ରକର ଡ୍ରାଇଭର ନୟାଗଡ଼ ଜିଲ୍ଲା ଇଟାମାଟିର ନୁରୁଦ୍ଦିନ ଖାନ ଓ ଅନ୍ୟ ଜଣେ ଖୋର୍ଦ୍ଧା ଜିଲ୍ଲା ମାଣିକଗଡ଼ର ଅରୁଣ କୁମାର ସ୍ୱାଇଁ ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ ଏହି ଚୋରା ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ଖୋର୍ଦ୍ଧାକୁ ଚାଲାଣ ହେଉଥିଲା । ଗଞ୍ଜେଇ ବୋଝେଇ ଟ୍ରକରେ ପ୍ରାୟ ଚାରୋଟି ବ୍ୟାଗରେ ୧୦୬ କିଲୋଗ୍ରାମର ଗଞ୍ଜେଇ ଥିଲା  ।  ବିଭାଗ ପକ୍ଷରୁ ସେସବୁକୁ ଜବତ ହୋଇଛି । ତେବେ ଏହି ଚୋରା ଗଞ୍ଜେଇ ଚାଲାଣ କେବେଠାରୁ ହେଉଥିଲା ଓ ଏଥିରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି ସେ ନେଇ ବିଭାଗ ପକ୍ଷରୁ ତଦନ୍ତ ଜାରୀ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.