Below header

ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ମିଳବ ମୋବାଇଲ୍‌ ଆପ୍‌ରେ, ପ୍ରସାଦର ଆରମ୍ଭ ହେଲା ହୋମ୍‌ ଡେଲିଭରି

ନୂଆଦିଲ୍ଲୀ : କରୋନା ପାଇଁ ଦେଶର ସବୁ ତୀର୍ଥ ସ୍ଥଳ ଓ ମନ୍ଦିର ବନ୍ଦ । ଶ୍ରଦ୍ଧାଳୁଙ୍କ ପାଇଁ ଏହା ହୋଇଛି ଏକ ବଡ଼ ଦୁଃଖ ଖବର । ବିଶେଷ କରି ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ  ପାଇଁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯାଇଥାନ୍ତି । କରୋନା ପାଇଁ ଦୀର୍ଘ ମାସ ହେବ ଶ୍ରଦ୍ଧାଳୁଙ୍କ ଏହି ଆଶାରେ ପୂର୍ଣ୍ଣଛେଦ ପଡ଼ିଥିଲା । ହେଲେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଖୁସି ଖବର ଆସିଛି ।

mata v debi.jpg-1

ଏବେ ମାତା ବୈଷ୍ଣୋଦେବୀଙ୍କ ଲାଇଭ ଦର୍ଶନ ମିଳିବ ମୋବାଇଲ୍‌ ଆପ୍‌ରେ । ଖାଲି ସେତିକି ନୁହେଁ ମାତାଙ୍କ ପ୍ରସାଦର ମଧ୍ୟ ହୋମ୍‌ ଡେଲିଭରି ହେବ । ଜମ୍ମୁ କଟରା ସ୍ଥିତ ମାତା ବୈଷ୍ଣୋଦେବୀଙ୍କ ମନ୍ଦିରକୁ କଷ୍ଟସାଧ୍ୟ ଯାତ୍ରା କରି ଯାଇପାରୁ ନଥିବା ଶ୍ରଦ୍ଧାଳୁ ଘରେ ବସି ନିଜ ମୋବାଇଲ୍‌ରେ ମାତାଙ୍କ ଦର୍ଶନ କରିପାରିବେ । ତା’ ସହିତ ମାତାଙ୍କ ପ୍ରସାଦକୁ ମଧ୍ୟ ଅନ୍‌ଲାଇନ୍‌ରେ ମଗାଇ ପାରିବେ ।

mata v debi.jpg-2

ମାତାଙ୍କ ପ୍ରସାଦର ହୋମ୍‌ ଡେଲିଭରି ସେବାର ଶୁଭାରମ୍ଭ ଆଜି(ସୋମବାର) ଆନୁଷ୍ଠାନିକ ଭାବେ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ଜମ୍ମୁ କଶ୍ମୀର ଲେଫ୍‌ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ମାତାଙ୍କ ଭର୍ଚୁଆଲ୍‌ ଦର୍ଶନ ଆପ୍‌କୁ ଆସନ୍ତା ଅକ୍ଟୋବର ୧୭ ତାରିଖରେ ନବରାତ୍ର ଆରମ୍ଭ ଦିନରୁ ଲୋକାର୍ପଣ କରାଯିବ ।

mata v debi.jpg-3

ଅନ୍‌ଲାଇନ୍‌ରେ ମିଳୁଥିବା ମାତାଙ୍କ ପ୍ରସାଦର ୩ଟି ଶ୍ରେଣୀ ରହିଛି । ଏହାର ମୂଲ୍ୟ ୫୦୦, ୧୧୦୦ ଏବଂ ୨୧୦୦ ଟଙ୍କା ରହିଛି । ପ୍ରସାଦରେ ଫଳ, ମିଶ୍ରିତ ପ୍ରସାଦ, ଥଳି ପ୍ରସାଦ ଓ ରକ୍ଷା ସୂତ୍ର(ନାଲି ଓ କଳା ରଂଗର) ରହିଛି ।

ଶ୍ରଦ୍ଧାଳୁମାନେ େଓ୍ଵବ୍‌ସାଇଟ୍‌ରେ ବୁକିଂ କଲାପରେ ସେମାନଙ୍କ ନାମରେ ପୂଜା କରାଯାଇ ୭୨ ଘଣ୍ଟା ମଧ୍ୟରେ ମାତାଙ୍କ ପ୍ରସାଦ ଦର୍ଶକମାନଙ୍କ ଘରକୁ ପଠାଇ ଦିଆଯିବ ବୋଲି ବୈଷ୍ଣୋଦେବୀ ଟ୍ରଷ୍ଟ ବୋର୍ଡର ସିଇଓ କୁମାର ଜାଙ୍ଗିଦା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.