ଡାକ୍ତରଙ୍କ ସ୍ତ୍ରୀ ନେଉଥିଲେ ‘ମରଣାନ୍ତକ ସେଲ୍ଫି’ ! ଚାହୁଁ ଚାହୁଁ ସ୍ୱାମୀଙ୍କ ଆଖି ସାମ୍ନାରେ ହିଁ ଡ୍ୟାମ ଭିତରକୁ ଖସିଗଲେ !

ମଧ୍ୟ ପ୍ରଦେଶର ହଲାଲି ଡ୍ୟାମରେ ଏକ ଦୁଃଖଦାୟକ ଘଟଣା ଘଟିଛି। ଏଠାରେ ଜଣେ ଡାକ୍ତରଙ୍କ ସ୍ତ୍ରୀ ସେଲ୍ଫି ନେଉଥିବା ବେଳେ ପାଣିରେ ଖସିପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସୋମବାର ସକାଳେ ରେସକ୍ୟୁ ଅପରେସନ ଜାରି ରହିଥିଲେ ହେଁ ମୃତ ମହିଳାଙ୍କର କୌଣସି ପତ୍ତା ମିଳିପାରିନାହିଁ।

tr

ଭୋପାଳଠାରୁ ୪୦ କିମି ଦୂର ହଲାଲି ଡ୍ୟାମ

ମିଳିଥିବା ସୂଚନା ମୁତାବକ, ଭୋପାଳର କୋଲାରରେ ରହୁଥିବା ଡାକ୍ତର ଉତ୍କର୍ଷ ମିଶ୍ର ଓ ତାଙ୍କ ସ୍ତ୍ରୀ ହିମାନୀ ରବିବାର ଛୁଟି ଦିନରେ ହଲାଲି ଡ୍ୟାମ ବୁଲିବାକୁ ଆସିଥିଲେ। ଡାକ୍ତର ମିଶ୍ରଙ୍କ କହିବା ଅନୁଯାୟୀ, ସେ ନିଜ ମୋବାଇଲରେ ମେସେଜ ଚେକ କରୁଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀ ମୋବାଇଲରେ ସେଲ୍ଫି ନେବାରେ ଲାଗିଥିଲେ। କିନ୍ତୁ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯିବାରୁ ସେ ୧୦ରୁ ୧୨ ଫୁଟ ତଳକୁ ଡ୍ୟାମ ପାଣିରେ ପଡିଯାଇଥିଲେ।

ddsw

ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ। ଏହି ଅପରେସନ ରାତି ସାରା ଚାଲିଥିଲା, କିନ୍ତୁ ମୃତଦେହକୁ ଠାବ କରାଯାଇପାରି ନ ଥିଲା। ସୋମବାର ସକାଳେ ବି ମୃତ ମହିଳାଙ୍କୁ ଉଦ୍ଧାର କରାଯାଇପାରିନାହିଁ।