Below header

ଭୁବନେଶ୍ବର: ବରିମୁଣ୍ଡ ବ୍ଯାଙ୍କ ଅଫ ଇଣ୍ଡିଆରୁ ଦିନ ଦୁଇପ୍ରହରରେ ଲୁଟ, ବନ୍ଧୁକ ମୁନରେ ପ୍ରାୟ ୭ ଲକ୍ଷ ଟଙ୍କା ଲୁଟିନେଲା ଦୁର୍ବୃତ୍ତ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବର ବରିମୁଣ୍ଡ ଠାରେ ଥିବା ବ୍ଯାଙ୍କ ଅଫ ଇଣ୍ଡିଆରୁ ଦିନ ଦୁଇପ୍ରହରରେ ଲୁଟ । ଦିନ ଦୁଇଟା ବେଳେ ବ୍ଯାଙ୍କ ଖୋଲା ଥିବା ବେଳେ ଜଣେ ଦୁର୍ବୃତ୍ତ ହେଲମେଣ୍ଟ ପିନ୍ଧି ଗୋଟିଏ ସ୍କୁଟିରେ ଆସି ବ୍ଯାଙ୍କ ଭିତରକୁ ପ୍ରବେଶ କରିଥିଲା । ସେତେବେଳେ ବ୍ଯାଙ୍କରେ ୫ ଜଣ କର୍ମଚାରୀ ଥିଲେ । ଦୁର୍ବୃତ୍ତ ଦୁଇ ହାତରେ ଦୁଇଟି ପିସ୍ତଲ ଧରି କର୍ମଚାରୀଙ୍କୁ ଡରାଇ ଟଙ୍କା ମାଗିଥିଲା । ପ୍ରାୟ ୭ ଲକ୍ଷ ଟଙ୍କା ବ୍ଯାଙ୍କ କ୍ଯାସିୟର ଦୁର୍ବୃତ୍ତକୁ ବଢାଇ ଦେଇଥିଲେ । ଘଟଣା ସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.