Below header

ବମ୍ବେ ହାଇକୋର୍ଟ : ବେଶ୍ୟାବୃତ୍ତି କୈାଣସି ଅପରାଧ ନୁହେଁ, ମହିଳାମାନେ ନିଜ ଇଚ୍ଛାରେ ବାଛି ପାରବେ ଏହି ବୃତ୍ତି

ଆମ ସମାଜରେ ବେଶ୍ୟାବୃତ୍ତିକୁ ଅପରାଧ ଭାବେ ଗ୍ରହଣ କରାଯାଏ । ଏବେ ବମ୍ବେ ହାଇକୋର୍ଟ ବେଶ୍ୟାବୃତ୍ତିକୁ ନେଇ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ହାଇକୋର୍ଟ ତା’ଙ୍କ ରାୟରେ କହିଛନ୍ତି ଯେ ଇମୋରାଲ୍‌ ଟ୍ରାଫିକିଙ୍ଗ ପ୍ରିଭେନ୍‌ସନ୍‌ ଆକ୍ଟ ଅନୁଯାୟୀ ବେଶ୍ୟାବୃତ୍ତି କୈାଣସି ଅପରାଧ ନୁହେଁ ।

bombay hc

ମିଳିଥିବା ସୂଚନାନୁଯାୟୀ, କୈାଣସି ମହିଳାଙ୍କ ସହମତି ବିନା ତାଙ୍କୁ ସୁଧାର ଗୃହରେ ରଖାଯାଇ ପାରିବନାହିଁ ବୋଲି ଜଷ୍ଟିସ୍‌ ପୃଥ୍ଵୀରାଜ କେ. ଚୈାହାନ କହିଛନ୍ତି । ମହିଳା ନିଜ ଇଚ୍ଛାରେ କୈାଣସି ବି ବୃତ୍ତିକୁ ଗ୍ରହଣ କରି ପାରିବେ, ଏହା ତାଙ୍କର ଅଧୀକାର ବୋଲି ଜଷ୍ଟିସ ତାଙ୍କ ରାୟରେ କହିଛନ୍ତି ।

ଏହି ରାୟ ୩ ଜଣ ଯୁବତୀଙ୍କ ମାମଲାକୁ ଦୃଷ୍ଟିରେ ରଖି କରାଯାଇଛି, ଯେଉଁମାନେ ବେଶ୍ୟାବୃତ୍ତି ଅଭିଯୋଗରେ ଧରାପଡିଥିଲେ । ଏହି ନ୍ୟାୟ ଦେବା ବେଳେ ଜଷ୍ଟିସ କହିଥିଲେ ଯେ ମହିଳାଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ଦେହ ବେପାରକୁ ଶେଷ କରିବା ଆଇନର ଲକ୍ଷ୍ୟ ।

bombay hc.JPG-1

ଖାଲି ସେତିକି ନୁହେଁ ହାଇକୋର୍ଟ ଏହି ୩ ଯୁବତୀଙ୍କୁ ଘର ଲୋକଙ୍କ ଜିମାରେ ଦେବାକୁ ମଧ୍ୟ ରୋକ୍‌ଠୋକ୍‌ ମନା କରିଦେଇଛି । ଝିଅମାନେ ସେମାନଙ୍କ ଇଚ୍ଛାରେ ଦେଶର କୈାଣସି ଯାଗାରେ ବି ବୁଲିପାରିବେ । ଏବଂ କିଛି ବି ବୃତ୍ତି ଗ୍ରହଣ କରିବାକୁ ପୂର୍ଣ୍ଣ ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି ।

ମାମଲା ଥିଲା ଏପରି

 

pros

ମୁମ୍ବାଇ ମଲାଡ ଅଞ୍ଚଳରେ ଗତ ବର୍ଷ ଏକ ଗେଷ୍ଟ ହାଉସ୍‌ ରେଡ୍‌ ହେବା ବେଳେ ଏହି ୩ ଯୁବତୀ ଧରାପଡ଼ିଥିଲେ । ଏହାପରେ ଏମାନଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା । ଏହି ୩ ଯୁବତୀ ସେମାନଙ୍କୁ ମୁକ୍ତ କରିବା ପାଇଁ କୋର୍ଟରେ ଅପିଲ କରିଥିଲେ । କୋର୍ଟ ମାମଲାର ବିଚାର କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.