ଶ୍ରୀମନ୍ଦିରରେ କରୋନା କଟକଣା, ସେବା ପୂଜା ସମୟରେ ପୂଜାପଣ୍ଡା ସେବକମାନେ ମୁହଁରେ ପିନ୍ଧିବେ ମାସ୍କ

ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିରରେ କରୋନା କଟକଣା । ଶ୍ରୀମନ୍ଦିରରେ ସେବା ପୂଜା କରିବା ସମୟରେ ପୂଜାପଣ୍ଡା ସେବକମାନେ ମୁହଁରେ ମାସ୍କ ବ୍ୟବହାର କରିବେ । ବାରମ୍ବାର ହାତ ଧୋଇବା ପାଇଁ ସେବାୟତଙ୍କୁ ଅନୁରୋଧ କରାଯାଇଛି । କରୋନା ସଂକ୍ରମଣ ନିରାକରଣ ପାଇଁ କିଛି ପୂଜାବିଧି ଓ ପରମ୍ପରାକୁ ନିୟନ୍ତ୍ରଣ ତଥା ପରିହାର କରାଯିବ । ଅରୁଣ ସ୍ତମ୍ଭ ଓ ଗରୁଡ ସ୍ତମ୍ଭକୁ ଛୁଇଁବାରେ ନିୟନ୍ତ୍ରଣ କରାଯିବ । ଆସନ୍ତା ଏପ୍ରିଲ ୧୫ ଯାଏ ଭିତର କାଠ ନିକଟରେ ଦର୍ଶନ ବନ୍ଦ । ଜଗମୋହନ ଭିତରେ ଓ ଅରୁଣ ସ୍ତମ୍ଭ ପାଖରେ ଜନ ସମାଗମକୁ ବାରଣ କରାଯିବ । ଯାତ୍ରୀଙ୍କୁ ଧାଡିରେ ଶୃଙ୍ଖଳିତ ଭାବରେ ଜଗମୋହନ ଭିତରକୁ ଛଡାଯିବ । ଆନନ୍ଦବଜାରରେ ବସିବା ଓ ଭୋଜନ କରିବା ବ୍ୟବସ୍ଥାରୁ ଦୂରେଇ ରଖାଯିବ । ତୀର୍ଥ ଯାତ୍ରୀଙ୍କ ମଧ୍ୟରୁ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ । ସେବକମାନେ ଯାତ୍ରୀମାନଙ୍କୁ କରୋନା ନେଇ ସୂଚନା ଦେବା ସହ ପୁରୀ ଗସ୍ତ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ଅନୁରୋଧ କରିବେ । ଦର୍ଶନ ପାଇଁ ଆସୁଥିବା ଭକ୍ତ ଫର୍ମରେ ନିଜସ୍ୱ ଘୋଷଣା ଦେବା ବାଧ୍ୟତାମୂଳକ । ଭକ୍ତମାନେ କୌଣସି ଦେବଦେବୀ ବା ପଦାର୍ଥ ଛୁଇଁବେ ନାହିଁ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପିତ୍ତି ହୋଇଛି ।

ଶ୍ରୀମନ୍ଦିରରେ କରୋନା କଟକଣା
– ସେବା ପୂଜା ସମୟରେ ପୂଜାପଣ୍ଡା ସେବକ ମୁହଁରେ ମାସ୍କ ପିନ୍ଧିବେ
– ବାରମ୍ବାର ହାତ ଧୋଇବାକୁ ସେବାୟତଙ୍କୁ ଅନୁରୋଧ
– କିଛି ପୂଜାବିଧି ଓ ପରମ୍ପରାକୁ ନିୟନ୍ତ୍ରଣ ତଥା ପରିହାର କରାଯିବ
– ଅରୁଣ ସ୍ତମ୍ଭ ଓ ଗରୁଡ ସ୍ତମ୍ଭକୁ ଛୁଇଁବାରେ ନିୟନ୍ତ୍ରଣ ରହିବ
– ଭିତରକାଠ ପାଖରେ ଦର୍ଶନ ଉପରେ ନିୟନ୍ତ୍ରଣ କରାଯିବ
– ଜଗମୋହନ ଭିତରେ ଓ ଅରୁଣ ସ୍ତମ୍ଭ ପାଖରେ ଜନ ସମାଗମକୁ ବାରଣ
– ଯାତ୍ରୀଙ୍କୁ ଧାଡିରେ ଶୃଙ୍ଖଳିତ ଭାବରେ ଜଗମୋହନ ଭିତରକୁ ଛଡାଯିବ
– ଆନନ୍ଦବଜାରରେ ବସିବା ଓ ଭୋଜନ କରିବା ବ୍ୟବସ୍ଥାରୁ ଦୂରେଇ ରଖାଯିବ
– ପୁରୀ ଗସ୍ତ କାର୍ଯ୍ୟକ୍ରମ ଘୁଞ୍ଚାଇବାକୁ ଅନୁରୋଧ କରିବେ ସେବାୟତ
– ଦର୍ଶନ ପାଇଁ ଆସୁଥିବା ଭକ୍ତ ଫର୍ମରେ ନିଜସ୍ୱ ଘୋଷଣା ଦେବା ବାଧ୍ୟତାମୂଳକ
– ଭକ୍ତମାନେ କୌଣସି ଦେବାଦେବୀ ବା ପଦାର୍ଥ ଛୁଇଁବେ ନାହିଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.