Below header

ପ୍ରେମ ଲାଗି ହାରିଦେଲେ ଜୀବନ, ଏବେ ଭଦ୍ରକ ବାସୁଦେବପୁର ଅଞ୍ଚଳରେ ପ୍ରେମିକ ପ୍ରେମିକାଙ୍କ କଥାବାର୍ତ୍ତାର ଅଡ଼ିଓ ଭାଇରାଲ

ବାସୁଦେବପୁର(କେନ୍ୟୁଜ୍‌) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅରଣ୍ଡୁଆ ପଂଚାୟତ ଅନ୍ତର୍ଗତ ନରେନ୍ଦ୍ର ପୁର ଗାଁ ପ୍ରେମରେ ବିଫଳ ହେବା ପରେ ପ୍ରେମିକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ଏପଟେ ପ୍ରେମିକ ଓ ପ୍ରେମିକାଙ୍କର ଫଟୋ ଓ କଥାବାର୍ତ୍ତାର ଅଡିଓ ଭାଇରାଲ ହେବା ପରେ ପ୍ରେମିକ ପରିବାର ପକ୍ଷରୁ ପ୍ରେମିକା ନାଁରେ ଥାନାରେ ଏତଲା ଦିଆଯାଇଛି ।

ନରେନ୍ଦ୍ରପୁର ଗ୍ରାମର କୃପାସିନ୍ଧୁ ସ୍ୱାଇଁଙ୍କ ପୁଅ ପ୍ରଶାନ୍ତ ଚୂଡାମଣି ସେହି ଗ୍ରାମର ଜଣେ ଝିଅକୁ ଦୀର୍ଘ ୫ବର୍ଷ ହେବ ଭଲ ପାଇ ଆସୁଥିଲେ । ହେଲେ ଗତ କିଛି ଦିନ ହେବ ସେହି ଝିଅ ଅନ୍ୟ ଜଣେ ପୁଅକୁ ଭଲ ପାଉଛି ବୋଲି ପ୍ରଶାନ୍ତ ଜାଣିବାକୁ ପାଇଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ବଚସା ଓ କଥା କଟାକଟି ହୋଇଥିଲା । ଏଥିରେ ପ୍ରଶାନ୍ତ ନିଜର ମାନସିକ ଭାରସାମ୍ୟ ହରାଇ ଗତ ୯ ତାରିଖ ହୋଲି ଉତ୍ସବ ଦିନ ଘରେ କେହି ନଥିବା ବେଳେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ ।

ଅନ୍ୟପକ୍ଷରେ ନିକଟରେ ପ୍ରଶାନ୍ତ ଓ ତାର ପ୍ରେମିକାର ଫଟୋ ଓ କଥାବାର୍ତାର ଅଡିଓ ପ୍ରଶାନ୍ତ ମୋବାଇଲରୁ ଭାଇରାଲ ହେବାରେ ଲାଗିଛି । ସେହି ଭାଇରାଲ ଅଡିଓ ପ୍ରଶାନ୍ତଙ୍କ ପରିବାର ଶୁଣିବା ପରେ ସେହି ଝିଅ ପାଇଁ ତାଙ୍କ ପୁଅ ମରିଛି ବୋଲି ଦାବି କରି ବାସୁଦେବପୁର ଥାନାରେ ନ୍ୟାୟ ପାଇଁ କରିଛନ୍ତି ଅଭିଯୋଗ । ମୃତ ପ୍ରଶାନ୍ତ ଜଣେ ଇଂଜିନିୟର ଭାବେ ମୁମ୍ବାଇର ଏକ ଘରୋଇ କଂପାନୀରେ କାମ କରୁଥିଲେ । ସେ ଗତ ଫେବ୍ରୁଆରୀ ୨୯ ତାରିଖ ଦିନ ଘରକୁ ଆସିଥିଲେ । ଏବେ ରୋଜଗାରିଆ ପୁଅକୁ ହରାଇ ବାପା ଓ ମା ପରିବାର ଲୋକ ଦୁଖରେ ଭାଙ୍ଗି ପଡିଛନ୍ତି । ସେପଟେ ସଂପୃକ୍ତ ଝିଅର ପରିବାର ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.