Below header

ଅବସରପ୍ରାପ୍ତ ବରିଷ୍ଠ IAS ପ୍ରିୟବ୍ରତ ପଟ୍ଟନାୟକଙ୍କ ୬୭ ବର୍ଷ ବୟସରେ ପରଲୋକ

ଭୁବନେଶ୍ବର : ଅବସରପ୍ରାପ୍ତ ବରିଷ୍ଠ IAS ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ। ଦୀର୍ଘ ଦିନ ଧରି କ୍ୟାନସର ରୋଗରେ ପୀଡ଼ିତ ଥିଲେ ପ୍ରିୟବ୍ରତ ପଟ୍ଟନାୟକ। ୬୭ ବର୍ଷ ବୟସରେ ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ତେବେ ତାଙ୍କ ମରଶରୀରକୁ ଓଡିଶା ଅଣାଯିବା ପାଇଁ ପ୍ରୟାସ ଚାଲିଛି । ସେ ଓଡିଶା ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ଖୁବ୍ ନିଷ୍ଠା ଓ ଦକ୍ଷତାପୂର୍ଣ୍ଣ ଭାବେ ତୁଲାଇଥିଲେ ।

ସ୍ୱର୍ଗତ ପ୍ରିୟବ୍ରତ ପଟ୍ଟନାୟକ ପ୍ରଶାସନିକ ଅଧିକାରୀ ରହିବା ସହ ରାଜ୍ୟର ବିଭିନ୍ନ ସଂଗଠନ ଦାୟିତ୍ୱରେ ମଧ୍ୟ ରହିଥିଲେ । ଭୁବନେଶ୍ୱର କ୍ଲବ୍‌, ଜୁଡୋ ସଂଘ, ସହିଦ ସ୍ପୋର୍ଟିଂ କ୍ଲବ୍ ଆଦିର ସଭାପତି ଭାବେ ସେ କାର‌୍ୟ୍ୟ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.