ଆସାମ ଓ ଉତ୍ତରାଖଣ୍ଡରେ ବନ୍ଯା ସ୍ଥିତି ଅସମ୍ଭାଳ, ବଜ୍ରାଘାତରେ ଗଲାଣି ଅନେକ ଜୀବନ

ଆସାମରେ ବନ୍ୟା ଯୋଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ରାଜ୍ୟରେ ବନ୍ୟା ଯୋଗୁ ୭୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ଯରେ ବନ୍ୟା ଜନିତ କାରଣ ପାଇଁ ପୁଣି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୮୫କୁ ବୃଦ୍ଧି ହୋଇଛି। ଅନ୍ଯପଟେ ଭୂସ୍ଖଳନ ଯୋଗୁ ପ୍ରାୟ ୩୫ ଜଣଙ୍କ ମୃତ୍ୟୁ ହୋଇଛି।

ଏଭଳି ପରିସ୍ଥିତିରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ କହିଛନ୍ତି, ଗୋଟିଏ ପଟେ ଲୋକମାନେ କରୋନା ମହାମାରୀ ଭଳି ସମସ୍ୟାର ସାମ୍ନା କରୁଥିବା ବେଳେ ଅନ୍ୟପକ୍ଷେ ବନ୍ୟା ବିପର୍ଯ୍ୟୟ ସ୍ଥିତି ଅଧିକ ଜଟିଳ କରିଦେଇଛି। ତଥାପି ଲୋକମାନେ ଏହି ଲଢ଼େଇ ଜାରି ରଖିଛନ୍ତି।
ସୂଚନାଯୋଗ୍ଯ ଉତ୍ତରାଖଣ୍ଡରେ ମଧ୍ଯ ବାଦଲଫଟା ବର୍ଷା ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ନିଖୋଜ ହୋଇଛନ୍ତି। ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲ୍ଲା ଅଧୀନସ୍ଥ ଦୁଇଟି ଗ୍ରାମରେ ବର୍ଷାଜଳ ଅତି ଭୟଙ୍କର ସ୍ଥିତି ଦେଖାଦେଇଥିବା ବେଳେ ବିହାରରେ ମଧ୍ୟ ବଜ୍ରପାତ ଯୋଗୁଁ ପୁଣି ୧୬ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତ ଯୋଗୁଁ ଗତ ୩ ସପ୍ତାହ ମଧ୍ୟରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.