ଦଶାହକ୍ରୀୟାରେ ପହଁଚିବା ପୂର୍ବରୁ ବାଟରେ ଘଟିଗଲା ଲୋମଟାଙ୍କୁରା ଅଘଟଣ, ସାଥିରେ ଚାଲିଗଲେ ମାଆ ଝିଅ

ଦଶାହ କ୍ରୀୟାରେ ଯୋଗ ଦେବା ପୂର୍ବରୁ ବାଟରେ ହିଁ ଚାଲିଗଲା ମା ଝିଅଙ୍କ ଜୀବନ । କେହି ବି ଜାଣିନଥିଲେ ଏମିତି ହେବ ବୋଲି । ମାଆ ଦୁର୍ଗାବତୀ ଓ ଝିଅ ସଂଯୁକ୍ତା ପ୍ରଧାନଙ୍କ ଶବକୁ ଯିଏ ଦେଖୁଥିଲା ତା ଆଖିରେ ଲୁହ ଆସିଯାଉଥିଲା । କାହିଁକିନା ଏ ଚିତ୍ର ଥିଲା ଭାରି ହୃଦୟ ବିଦାରକ ।

ଅନୁଗୁଳ (କେନ୍ୟୁଜ) : ଦଶାହ କ୍ରୀୟାକୁ ଯାଉଥିଲେ, କିନ୍ତୁ ନିଜେ ଶବ ପାଲଟିଗଲେ । ଦଶାହ କ୍ରୀୟାରେ ଯୋଗ ଦେବା ପୂର୍ବରୁ ବାଟରେ ହିଁ ଚାଲିଗଲା ମା ଝିଅଙ୍କ ଜୀବନ । କେହି ବି ଜାଣିନଥିଲେ ଏମିତି ହେବ ବୋଲି । ମାଆ ଦୁର୍ଗାବତୀ ଓ ଝିଅ ସଂଯୁକ୍ତା ପ୍ରଧାନଙ୍କ ଶବକୁ ଯିଏ ଦେଖୁଥିଲା ତା ଆଖିରେ ଲୁହ ଆସିଯାଉଥିଲା । କାହିଁକିନା ଏ ଚିତ୍ର ଥିଲା ଭାରି ହୃଦୟ ବିଦାରକ ।

ହଁ ଆଜ୍ଞା ହାତ ଧରାଧରି ହୋଇ ଚାଲିଗଲେ ମାଆ ଓ ଝିଅ । ଦେଖନ୍ତୁ କେମିତି ଗାଡି ଓଲଟି ହୋଇ ପଡିଛି । ଏକଦମ୍‌ ଚୂରମାର ହୋଇଯାଇଛି କାର । ଏ କାରକୁ ଦେଖି ଆପଣ ଅନୁମାନ ଲଗାଇ ପାରୁଥିବେ କେତେ ଭୟାନକ ଥିବ ସେତେବେଳେର ସ୍ଥିତି । ଏହି ଧଳା ରଙ୍ଗର କାର ପିଟିଛି ଆଉ ଏକ ଧଳା ରଙ୍ଗର କାରକୁ । ଆଉ ଏତେ ଜୋରରେ ଧକ୍କା ଦେଇଛି ଯେ ସେହି କାର ଭିତରେ ବସିଥିବା ମାଆ ଓ ଝିଅଙ୍କର ଘଟଣାସ୍ଥଳରେ ହିଁ ନିମିଷକରେ ପ୍ରାଣ ଚାଲିଗଲା ।

ଅନୁଗୁଳ ସଦର ଥାନା ଖଣ୍ଡହତା ଠାରେ ଘଟିଛି ଏମିତି ହୃଦୟ ବିଦାରକ ଓ ଲୋମଟାଙ୍କୁରା ଦୁର୍ଘଟଣା । ଯେଉଁଠି ଦୁଇ କାର ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା । ଯାହା ଖବର ମିଳୁଛି ଅନୁଗୁଳରୁ ଭୁବନେଶ୍ୱର ଆଡକୁ ଯାଉଥିବାବେଳେ ବିପରୀତ ଦିଗରୁ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଭିତରେ ବସିଥିବା ମାଆ ଓ ଝିଅ ନିମିଷକରେ ହିଁ ଆଖି ବୁଜିଦେଲେ । ଏହି ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ଏକ ଧଳାରଙ୍ଗର କାରରେ ବସି ମାଆ ଓ ଝିଅ ଅନୁଗୁଳରୁ ଭୁବନେଶ୍ୱର ଯାଉଥିଲେ । ସେଠାରେ ଭୁବନେଶ୍ୱରରେ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ । କିନ୍ତୁ ସେଠାରେ ପହଁଚିବା ପୂର୍ବରୁ ବାଟରେ ପାଲଟିଗଲେ ଶବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.