‘ଏବେ ମୁଁ କେଉଁ ମୁହଁରେ ମନା କରିବି’…ଜୟନ୍ତ ଚୌଧୁରୀ ବିଜେପି ସହ ମେଣ୍ଟରେ ମାରିଲେ ମୋହର

କେନ୍ଦ୍ର ସରକାର ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ଦେବାକୁ ଘୋଷଣା କରିଛନ୍ତି । ଏହା ଉପରେ ଏବେ ତାଙ୍କ ନାତି ତଥା ଆର୍‌ଏଲ୍‌ଡି ନେତା ଜୟନ୍ତ ଚୌଧୁରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

କେନ୍ଦ୍ର ସରକାର ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ଦେବାକୁ ଘୋଷଣା କରିଛନ୍ତି । ଏହା ଉପରେ ଏବେ ତାଙ୍କ ନାତି ତଥା ଆର୍‌ଏଲ୍‌ଡି ନେତା ଜୟନ୍ତ ଚୌଧୁରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପ୍ରମୁଖ କୃଷକ ନେତା ରହିଥିବା ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ଦେବା ନିଷ୍ପତ୍ତିକୁ ନେଇ ଜୟନ୍ତ ଖୁସିବ୍ୟକ୍ତ କରିଛନ୍ତି । ପରେ ସେ ସାମ୍ବାଦିକ ସମ୍ମିଳନୀରେ ଏକ ବଡ଼ ଘୋଷଣା କରିଛନ୍ତି ।

ଯେତେବେଳେ ଜୟନ୍ତ ଚୌଧୁରୀଙ୍କୁ ପଚରାଯାଇଥିଲା କି, ସେ ବିଜେପି ସହ ଯିବେ କି ? ଏହା ଉପରେ ସେ କହିଥିଲେ, ମୁଁ କେଉଁ ମୁହଁରେ ମନା କରିବି ? ଏହା ମୋ ପାଇଁ ଭାବପ୍ରବଣ ଏବଂ ସ୍ମରଣୀୟ ମୁହୂର୍ତ୍ତ । ମୁଁ ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଉଛି । ଦେଶର ଭାବନା ଏହି ନିଷ୍ପତ୍ତି ସହିତ ଜଡ଼ିତ ରହିଛି ।

ଜୟନ୍ତ ଚୌଧୁରୀ ବର୍ତ୍ତମାନ ଏନ୍‌ଡିଏରେ ସାମିଲ ହେବା ପ୍ରାୟତଃ ନିଶ୍ଚିତ ବୋଲି କୁହାଯାଉଛି । ସୂତ୍ର ମୁତାବକ, ବିଜେପି ଓ ଆର୍‌ଏଲ୍‌ଡି ମଧ୍ୟରେ ମେଣ୍ଟ ନିଶ୍ଚିତ ହୋଇଯାଇଛି । ଆର୍‌ଏଲ୍‌ଡି ୨ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିବ । ଏହି ଦୁଇଟି ଆସନ ବାଗପତ ଓ ବିଜନୋର ହେବ । ଏହା ବ୍ୟତୀତ ଜୟନ୍ତ ଚୌଧୁରୀଙ୍କ ପାର୍ଟି ଆର୍‌ଏଲ୍‌ଡିକୁ ଏକ ରାଜ୍ୟସଭା ଆସନ ମଧ୍ୟ ଦିଆଯିବ । ଦୁଇ ଦଳ ମଧ୍ୟରେ ମେଣ୍ଟର ଘୋଷଣା ଆସନ୍ତା ୨/୩ ଦିନ ମଧ୍ୟରେ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.