Below header

ମୃତ କଏଦୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ କନ୍ଧମାଳ ତୁମୁଡ଼ିବନ୍ଧ ନିକଟରେ ରାସ୍ତାରୋକ

କନ୍ଧମାଳ(କେନ୍ୟୁଜ୍) : ମୃତ କଏଦୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନିକଟରେ ରାସ୍ତାରୋକ । ଫଳରେ ମୁନିଗୁଡ଼ା-ବ୍ରହ୍ମପୁର-ରାୟପୁର ମଧ୍ୟରେ ଗାଡି ଚଳାଚଳ ଠପ୍‌ ହୋଇଯାଇଛି। ଗତ ଶନିବାର ଫୁଲବାଣୀ ଜିଲ୍ଲା ଜେଲ୍‌ରେ ଦୁଇ କଏଦୀ କାହ୍ନଚରଣ ପ୍ରଧାନ ଓ ଲକ୍ଷ୍ମଣ ନାୟକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଲକ୍ଷ୍ମଣ ନାୟକ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଓ ସମ୍ପର୍କୀୟ ଅଡ଼ି ବସିଛନ୍ତି । ନଚେତ୍‌ ରାସ୍ତାରୋକ ହଟିବ ନାହିଁ ବୋଲି କହିଛନ୍ତି ଉତ୍ୟକ୍ତ ଲୋକ । ତୁମୁଡିବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.