Below header

ପୁଅ ଥିଲା ଜେଲ୍ ରେ, ଦୁଇ ଦିନ ଧରି ମୁଖାଗ୍ନି ପାଇଁ ଅପେକ୍ଷା କଲା ମା’ର ଶବ

କଟକ(କେନ୍ୟୁଜ୍) : ବାପା ମା ଚାହିଥାନ୍ତି ପୁଅଟିଏ ହେଉ ଯେମିତି ଶେଷ ସମୟରେ ମୁହଁରେ ମୁଖାଗ୍ନି ଦେବ । ବାପା ଯିବା ପରେ ମାର ସାହା ହୋଇଥାନ୍ତି ପୁଅ ଝିଅ । ହେଲେ ପୁଅ ପାଇଁ ମା ମନ ସବୁଦିନ ଡହଳ ବିକଳ କେବଳ ସେହି ଶେଷ ନିଆଁ ପାଇଁ । ଏମିତି ଏକ ମା ଯିଏ ମୃତ୍ୟୁର ଶେଯରେ ଶୋଇ ମଧ୍ଯ ୨ ଦିନଧରି ନିଜ ଏକ ମାତ୍ର ପୁଅର ଆସିବା ବାଟକୁ ଅନାଇବସିଥିଲେ । କେତେବେଳେ ଆସିବ ମୋ ପୁଅ ମୋ ମୁହଁରେ ଟିକେ ମୁଖାଗ୍ନି ଦେବ । ଏଭଳି ଏକ ଘଟଣା ପଦାକୁ ଆସିବା ପରେ ଆଖିରୁ ଲୁହଁ ସମ୍ଭାଳିବା କଷ୍ଟକର ହୋଇପଡୁଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ବିନିଶପୁର କୁଞ୍ଜିଆପାଟଣା ଗାଁରେ ।

4ଏକ ରୋଗିଣା ମା’ର ଚିକିତ୍ସା ଅଭାବରୁ ମୃତ୍ୟୁବରଣ ହୋଇଥିବାବେଳେ, ଅନ୍ଯପଟେ ଏକ ହତ୍ୟାକାଣ୍ଡରେ ବିଚରାଧିନ କଏଦି ଭାବରେ ଜେଲରେ ଦିନ କାଟୁଛନ୍ତି ଏକମାତ୍ର ପୁଅ ପ୍ରକାଶ ବେହେରା । ମା’ର ମୃତ୍ୟୁର ଦୁଇଦିନ ପରେ ପୁଅ ସର୍ତ୍ତମୂଳକ ଜାମିନରେ ଆସି ମା ମୁହଁରେ ନିଆଁ ଦେଇଛନ୍ତି । ଏଭଳି ଘଟଣା ନିଆଳି ଅଂଚଳରେ ଦଃଖ ଓ ପରିତାପର ବିଷୟ ପାଲଟିଛି ପୁଅ ଜେଲରେ ଥିବା କାରଣରୁ ବିଧମା ମା ଚିକିତ୍ସା ଅଭାବରୁ ଛଟପଟ ହୋଇ ମୃତ୍ୟୁ ବରଣ କଲେ ।

1ଦୁଇଦିନ ଧରି ଘରେ ଶବ ପଡ଼ିରହିଥିଲା । ଘରେ ଚୁଲି ଜଳିନଥିଲା । ପୁଅ ଜେଲରୁ ଆସିବା ପରେ ମାର ଶବ ସଂସ୍କାର କରିଥିଲେ । ଏହି ଶବ ସଂସ୍କାର ପାଇଁ ସମସ୍ତେ ପୁଅର ଆସିବା ବାଟକୁ ଚାହିଁ ବସିଥିଲେ। ଦୁଇଦିନ ପରେ ପୁଅ ଜେଲରୁ ସର୍ତ୍ତମୂଳକ ଜାମିନରେ ଆସି ପହଁଚିବାପରେ, ଘରେ ବିଧମା ମା ହାରାମଣୀଙ୍କ ମୃତ୍ୟୁ ଦେହକୁ ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ ।

2ସୂଚନାଅନୁଯାୟୀ ୨୦୧୭ ମସିହା ମାର୍ଚ୍ଚମାସ ୪ ତାରିଖରେ ଏକ ହତ୍ୟାକାଣ୍ଡରେ ଗତବର୍ଷ ସେପ୍ଟମ୍ବର ୮ ତାରିଖରୁ ଚୌଦ୍ବାର ଜେଲରେ ବିଚାରଧୀନ କଏଦି ଭାବରେ ଦିନ କାଟୁଛନ୍ତି ପ୍ରକାଶ । ପୂର୍ବରୁ ବାପାଙ୍କୁ ହରାଇଥିବା ପ୍ରକାଶଙ୍କ ନିଜର କହିଲେ ବିଧବା ମା,ସ୍ତ୍ରୀ ଓ ଏକମାତ୍ର ୮ ବର୍ଷର ପୁଅ  । ଜେଲ ଯିବା ଦିନ ଠାରୁ ପ୍ରକାଶଙ୍କ ଘରେ ବିଭିନ୍ନ ସମୟରେ ଅଭାବ ଅନାଟନ ଲାଗିରହୁଥିଲା । ଫଳରେ ପ୍ରକାଶ ଜେଲରେ ଥିବାରୁ ବିଧବା ମା ହାରାମଣୀର ଭଲରେ ଚିକିତ୍ସା ହୋଇପାରି ନଥିଲା । ଶେଷରେ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.