କ୍ୟାନ୍ସରକୁ ହରାଇ ଜୀବନର ବାଜି ଜିତିଥିବା ସୋନାଲି ବେନ୍ଦ୍ରେ ଫେରିଲେ ମୁମ୍ବାଇ, ମିଡ଼ିଆକୁ ଜଣାଇଲେ ଧନ୍ୟବାଦ

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କିଛି ମାସ ପୂର୍ବେ କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ପୀଡ଼ିତ ଥିବାର ଖବର ଦେଇଥିଲେ। ଯାହାପରେ ସେ ଆମେରିକାର ନ୍ୟୁୟର୍କ ସହରରେ କରାଉଥିଲେ ନିଜର ଚିକିତ୍ସା । ଏଥିମଧ୍ୟରେ ସୋନିଲାଙ୍କ ଅନେକ ଫଟୋ ସୋସିଆଲ ମିଡ଼ିଆରେ ଆସିବା ସହ ତାହା ବହୁ ସଂଖ୍ୟାକ ଭାଇରାଲ ମଧ୍ୟ ହୋଇଥିଲା। କିନ୍ତୁ ବହୁ କଷ୍ଠ ଏବଂ ସଠିକ୍ ଚିକିତ୍ସା ପରେ ଏବେ ଜୀବନ ବାଜି ଜିତି ନିଜ ଦେଶକୁ ଫେରିଛନ୍ତି ଅଭିନେତ୍ରୀ ସୋନାଲି।

sonaliiii

ସୂଚନା ମୁତାବକ, ଗତ ରାତି ପ୍ରାୟ ୨:୪୫ମିନିଟରେ ମୁମ୍ବାଇ ଏୟାରପୋର୍ଟରେ ସୋନାଲିଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କ ଚେହେରାରେ ନିଜ ଦେଶକୁ ଫେରିବାର ଖୁସି ଝଲସୁଥିଲା। ଏହି ସମୟରେ ଅଭିନେତ୍ରୀ ସ୍ବାମୀ ଗୋଲ୍ଡି ବହଲଙ୍କ ସହ ନଜର ଆସିଥିଲେ। ସେ ତାଙ୍କ ସହ ମିଡ଼ିଆକୁ ଅନେକ ପୋଜ୍ ଦେବା ସହ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

sonali-bendre

ସୋନାଲିଙ୍କ ସ୍ବାମୀ ଗୋଲ୍ଡି କହିଛନ୍ତି, ପାଖପାଖି ୬ମାସର ଚିକିତ୍ସା ପରେ ସୋନାଲି ବହୁତ ଭଲ ଅନୁଭବ କରୁଛନ୍ତି। ଏଥିସହ ସେ ବହୁତ ଶୀଘ୍ର ଆରୋଗ୍ୟ ମଧ୍ୟ ହୋଉଛନ୍ତି। ତେବେ ସୋନାଲି ଏୟାରପୋର୍ଟରେ କଳା ରଙ୍ଗର ପୋଷାକ ସହ ଲାଣ୍ଡି ମୁଣ୍ଡରେ ଦେଖାଗଲେ।

କିଛି ଦିନ ପୂର୍ବେ ସୋନାଲି ଇନଷ୍ଟାଗ୍ରାମେ ଏକ ପୋଷ୍ଟ କରି କହିଥିଲେ, ଗତ କିଛି ମାସରେ ମୋ ଜୀବନରେ କେତେବେଳେ ଭଲ ଦିନ ଆସିଛି ତ କେତେବେଳେ ଖରାପ। ବେଳେବେଳେ ମୁଁ ବହୁତ ଥକ୍କି ଯାଏ। ମୋତେ ଏତେ କଷ୍ଟ ହୁଏ ଯେ, ଆଙ୍ଗୁଳି ଉଠାଇବା କଷ୍ଟକର ହୋଇପଡେ। ଏହା ପୁରା ଏକ ସାଇକେଲ, ଶରୀରରୁ ଯନ୍ତ୍ରଣା ଆରମ୍ଭ ହୋଇ ମସ୍ତିଷ୍କ ଓ ଭାବନାକୁ ସଂକ୍ରମିତ କରେ। କେମୋ ଓ ସର୍ଜରୀ ପରେ ମୋତେ ଏବେ ହସିବାକୁ ବି କଷ୍ଟ ଲାଗୁଛି। ମୁଁ ମୋ ଘରକୁ ଫେରିବାକୁ ଚାହେଁ। ମାତ୍ର ଏପରି ସ୍ଥିତିରୁ ବାହାରକୁ ବାହାରିବା ପାଇଁ ମୋତେ ନିଜେ ଉଦ୍ଦ୍ୟମ କରିବାକୁ ପଡିବ।

sonali

ସୋନାଲି ଜୁଲାଇ ମାସରେ କ୍ୟାନ୍ସରରେ ପୀଡ଼ିତ ହୋଇଥିଲେ। ଏହା ବିଷୟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ। ଏବେ ପର‌୍ୟ୍ୟନ୍ତ ଫ୍ୟାନ୍ସ ସମତେ ସମସ୍ତେ ତାଙ୍କର ଶୀଘ୍ର ସୁସ୍ଥ ହେବାର ପ୍ରାଥନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.