Below header

ମାଗଣା ମିଳୁଥିବା ବ୍ୟାଙ୍କିଂ ସେବା ଉପରେ ଲାଗିଲା ଜିଏସଟିର ମାଡ଼, ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ିପାରେ ଅସୁବିଧା

ନୂଆଦିଲ୍ଲୀ : ବ୍ୟାଙ୍କ ସେବାରେ ପୁଣି ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି। ଖାତାଧାରକଙ୍କୁ ମାଗଣାରେ ମିଳୁଥିବା ଅନେକ ବ୍ୟାଙ୍କିଂ ସେବା ଉପରେ ସରକାରଙ୍କର ବସ୍ତୁ ଏବଂ ସେବା କର (ଜିଏସଟି)କୁ ସାମିଲ କରାଯିବା ନେଇ ସୂଚନା ମିଳିଛି। ଅର୍ଥାତ୍ ଏବେ ବ୍ୟାଙ୍କରେ ମଧ୍ୟ ଜିଏସଟିର ପ୍ରଭାବ ଦେଖିବାକୁ ମିଳିବ। ମିଳିଥିବା ସୂଚନା ମୁତାବକ , ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସହ ଆଇସିଆଇସିଆଇ ଏବଂ ଏଚଡ଼ିଏଫସି ବ୍ୟାଙ୍କ ଜିଏସଟିର ଏହି ବୋଝ ଗ୍ରାହକଙ୍କ କାନ୍ଧରେ ଲଦିବାକୁ ଯାଉଛନ୍ତି।

gst 2

ଇଣ୍ଡିଆନ୍ ବ୍ୟାଙ୍କର୍ସ ଏସୋସିଏସନର ସିଇଓ ବି.ଜି ଖନ୍ନାଙ୍କ ଦ୍ବାରା ଦିଆଯାଇଥିବା ସୂଚନା ମୁତାବକ, ଅଧିକାଂଶ ବ୍ୟାଙ୍କ ନିଜ ଗ୍ରାହକଙ୍କ ଉପରେ ଜିଏସଟିର ବୋଝ ପକାଇବା ଉପରେ ଚିନ୍ତା କରୁଛନ୍ତି। ଏହା ଦ୍ବାରା ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କ ନିକଟରୁ ସଂଗ୍ରହ କରିଥିବା ସମସ୍ତ ଜିଏସଟିକୁ ସିଧାସିଳଖ ସରକାରଙ୍କୁ ହସ୍ତାନ୍ତର କରାଯିବ। ତେବେ ଭିନ୍ନ ଭିନ୍ନ ବ୍ୟାଙ୍କରେ ଭିନ୍ନ ଭିନ୍ନ ଶୁକ୍ଳ ଆଦାୟ କରାଯିବ। ଏହାର ପ୍ରଭାବ ମାଗଣା ମିଳୁଥିବା ସେବା ମାନଙ୍କ ଉପରେ ମଧ୍ୟ ପଡ଼ିପାରେ ବୋଲି ସେ କହିଛନ୍ତି।

atm

ଗ୍ରାହକଙ୍କ ସାଲାରି ଆକାଉଣ୍ଟ ସହ କିଛି ଅଧିକ ରାଶି ସ୍ଥିର ରହୁଥିବା ଆକାଉଣ୍ଟ ମାନଙ୍କ ଉପରେ ତାଙ୍କୁ ଏସଏମଏସ ଆଲର୍ଟ ସେବା ମାଗଣା ମିଳିଥାଏ। ଯାହା ଉପରେ ଏବେ ଜିଏସଟି ଲାଗିବା ନେଇ ସୂଚନା ରହିଛି। ଏଥିସହ ଏଟିଏମ୍, ଡ଼େବିଟ ଏବଂ କ୍ରେଡ଼ିଟ କାର୍ଡ଼ ଆଦି ସେବାରେ ମଧ୍ୟ କିଛି ଟ୍ୟାକ୍ସ ଦେବାକୁ ପଡ଼ିପାରେ ନେଇ ଶୁଣିବାକୁ ମିଳୁଛି। ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଗତ ମାସରେ କର ବିଭାଗ ବା ଟ୍ୟାକ୍ସ ବିଭାଗ ପ୍ରାୟ ୧୯ଟି ବ୍ୟାଙ୍କ ପାଇଁ ନୋଟିସ ଜାରି କରିବା ସହ ମାଗଣା ସେବା ପାଇଁ ୪୦ହଜାର କୋଟି ଟଙ୍କାର ଟ୍ୟାକ୍ସ ଦେବା ପାଇଁ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.