ବକ୍ସ ଅଫିସକୁ ଆସୁଛି ସିନେମା ରକି ଓର ରାନି କି ପ୍ରେମ କାହାନି, ପୁଣି ନଜର ଆସିବେ ଆଲିଆ ଓ ରଣବୀର

ବକ୍ସ ଅଫିସକୁ ଆସୁଛି ସିନେମା ରକି ଓର ରାନି କି ପ୍ରେମ କାହାନି । ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ । କରନ ଜୋହର ବେନର ଓ ଧର୍ମା ପ୍ରଡକସନରେ ରିଲିଜ ହେବାକୁ ଯାଉଛି । ଏଥିରେ ରହିଛି ରୋମାନ୍ସ, କମେଡି, ଡ୍ରାମା ଓ ଆକସନ । ୨୮ ଜୁଲାଇରେ ପରଦାକୁ ଆସିବ ।

କେନ୍ୟୁଜ୍(ବ୍ୟୁରୋ): କରନ ଜୋହର ନିର୍ଦ୍ଦେଶନାରେ ବକ୍ସ ଅଫିସକୁ ଆସୁଛି ସିନେମା ରକି ଓର ରାନି କି ପ୍ରେମ କାହାନି । ଏଥିରେ ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ । କରନ ଜୋହର ବେନର ଓ ଧର୍ମା ପ୍ରଡକସନରେ ରିଲିଜ ହେବାକୁ ଯାଉଛି ଏହି ରୋମାଣ୍ଟିକ କମେଡି ଫ୍ୟାମେଲି ଡ୍ରାମା ସିନେମା ରକି ଓର ରାନି କି ପ୍ରେମ କାହାନୀ ।

ଆସନ୍ତାକାଲି ଅର୍ଥାତ ଜୁନ ୨୮ରେ ଏହି ସିନେମାର ପ୍ରଥମ ରୋମାଣ୍ଟିକ ଗୀତ ସାମନାକୁ ଆସିବ । ଗୀତର ଟାଇଟଲ ରହିଛି ତୁମ କ୍ୟା ମିଲେ । ଏହି ଗୀତକୁ କମ୍ପୋଜ କରିଛନ୍ତି ପ୍ରିତମ, ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ ଓ ଏହାକୁ ଗାଇଛନ୍ତି ଅର୍ଜିତ ସିଂ । ଏହି ଗୀତକୁ ସେ ନିଜର ସ୍ପପ୍ନର ଗୀତ ବୋଲି ସୋସିଆଲ ମିଡିଆରେ କହିଛନ୍ତି । ଯାହା ଆପଣଙ୍କୁ ପ୍ରେମରେ ପକାଇ ଦେବ । ୨୦୧୬ରେ ଏହି ଟିମ ଅନ୍ୟ ଏକ ପ୍ରେମଗୀତ ତିଆରି କରିଥିଲା ଏ ଦିଲ ହେ ମୁସକିଲ । ଏହାସହ ଏହି ଟିମ ଚନ୍ନା ମେରେୟାରେ ମଧ୍ୟ କାମ କରିଥିଲା ।

ଏଥିରେ ରଣବୀର ଓ ଆଲିଆଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିବ । ଏଥିରେ ପାର୍ଟି ସଙ୍ଗ ସାଙ୍ଗକୁ ଜବରଦସ୍ତ ଡ୍ୟାନ୍ସ ଭରି ରହିଛି । ଏହାସହ ବହୁତ ଭଲ ଭଲ ଲୋକେସନରେ ଏହା ସୁଟିଂ ହୋଇଛି । ଏହାସହ ସିନେମାରେ ମାଆଙ୍କ ପୂଜା କରିଥିବା ବେଳର ଏକ ଡ୍ୟାନ୍ସ ଦେଖିବାକୁ ମିଳିବ । ସେହିପରି ଏଥିରେ ଆଲିଆ ବ୍ରାଇଡ ଲୁକରେ ନଜର ଆସିବେ । ଏହାସହ ସିନେମାରେ ଆକସନ ସାଙ୍ଗକୁ ଡ୍ରାମା ଇମୋସନ ଦେଖିବାକୁ ମିଳିଛି । ଏହାସହ ଜବରଦସ୍ତ ପ୍ରେମ କାହାଣୀ ଦେଖିବାକୁ ମିଳିବ । ସିନେମା ଅନେକ ମୋଡ ବଦଳେଇବା ସହ ସସପେନ୍ସ ମଧ୍ୟ ରହିଛି । ଏଥିରେ ରଣବୀରକୁ କାନ୍ଦିବାର ମଧ୍ୟ ଦେଖିବାକୁ ମିଳିଛି ।

ସିନେମା ନିର୍ମାତା କରନ ଜୋହର ସାତ ବର୍ଷ ପରେ ନିର୍ଦ୍ଦେଶନାକୁ ଫେରିଛନ୍ତି । ଏହା ପୂର୍ବରୁ ସେ ଏ ଦିଲ ହେ ମୁସକିଲର ନିର୍ଦ୍ଦେଶନା ଦେଇଥିଲେ । ଏହି ସିନେମାରେ ଧର୍ମେନ୍ଦ୍ର, ଶବାନା ଆଜମି ଓ ଜୟା ବଚ୍ଚନ ପରି କଳାକାର ମାନଙ୍କୁ ଦେଖିବାକୁ ମିଳିବ । ଏହି ସିନେମାର ସ୍କ୍ରିନ ପ୍ଲେକୁ ସୁମିତ ରୟ ଓ ଶଶାଙ୍କ ଖଇତାନ ମିଳିତ ଭାବେ ଲେଖିଛନ୍ତି । ଏହାର ଡାଏଲଗ ଲେଖିଛନ୍ତି ଇଶିତା ମୋଇତ୍ରା । ଏହି ସିନେମାକୁ ଧର୍ମା ପ୍ରଡକସନ ଓ Viacom 18 studios ମିଳିତ ଭାବେ ନିର୍ମାଣ କରିଛନ୍ତି । ଏହାର ଟିଜର ଆଗାମୀ ମାସରେ ଆସିବ ବୋଲି ଆଶା କରାଯାଇପାରେ । ଏହା ୨୮ ଜୁଲାଇରେ ସିନେମା ହଲରେ ରିଲିଜ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.