Below header

ମହାକାଶରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଟ୍ରଫି, ଆଜିଠୁ କରିବ ବିଶ୍ବ ଭ୍ରମଣ

ଦିନିକିଆ ବିଶ୍ୱକପର ୧୩ତମ ସଂସ୍କରଣକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ଓ ଆଇସିସି ଏକ ଅଭିନବ ଟ୍ରଫି ଭ୍ରମଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ମହାକାଶକୁ ଯାତ୍ରା କରି ଷ୍ଟ୍ରାଟୋସ୍ପିୟରରେ ଉନ୍ମୋଚିତ ହେଲା ଟ୍ରଫି ।

ମହାକାଶରେ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଟ୍ରଫି । ଆଜିଠୁ ବିଶ୍ୱ ଭ୍ରମଣ କରିବ । ୧୮ରୁ ଅଧିକ ଦେଶରେ ପ୍ରଦର୍ଶିତ ହେବ । ଦିନିକିଆ ବିଶ୍ୱକପ୍‌ର ୧୩ତମ ସଂସ୍କରଣକୁ ସ୍ମରଣୀୟ କରିବା ପାଇଁ ବିସିସିଆଇ ଓ ଆଇସିସି ଏକ ଅଭିନବ ଟ୍ରଫି ଭ୍ରମଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଗତକାଲି ମହାକାଶକୁ ଯାତ୍ରା କରି ଷ୍ଟ୍ରାଟୋସ୍ପିୟରରେ ଉନ୍ମୋଚିତ ହୋଇଥିଲା । ଏକ ଷ୍ଟ୍ରାଟୋସସ୍ପେରିକ ବେଲୁନ୍‌ରେ ମହାକାଶକୁ ପଠାଯାଇଥିଲା ବିଶ୍ୱକପ୍‌ ଟ୍ରଫି ।

ପୃଥିବୀ ପୃଷ୍ଠରୁ ୧୨୦ ହଜାର ଫୁଟ ଉଚ୍ଚ ଓ ଓ ୬୫ ଡିଗ୍ରୀ ସେଲସିୟସ ଷ୍ଟ୍ରାଟୋସ୍ପିୟରରେ ଟ୍ରଫି ଉନ୍ମୋଚିତ ହୋଇଥିଲା । ସେଠାରେ ଉତ୍ତୋଳନ କରାଯାଇଥିଲା ଫଟୋ । ବିଶ୍ୱ କ୍ରୀଡ଼ରେ ପ୍ରଥମ ଥର କୌଣସି ଅଫିସିଆଲ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଟ୍ରଫି ମହାକାଶ ଯାତ୍ରା କରିଥିଲା । ଅକ୍ଟୋବର ୫ ତାରିଖରୁ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ । ଆଜିଠାରୁ ଆସନ୍ତା ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଟ୍ରଫି ଭାରତର ବିଭିନ୍ନ ସହରରେ ଭ୍ରମଣ କରିବ । ପରେ ୧୮ରୁ ଅଧିକ ଦେଶ ଭ୍ରମଣ କରିବା କାର୍ଯ୍ୟକ୍ରମ ରହିଛି । ସେହି ଦେଶଗୁଡ଼ିକ ମଧ୍ୟରେ ରହିଛନ୍ତି କୁଏତ, ବାହରିନ, ମାଲେସିଆ, ୟୁଏସଏ, ନାଇଜେରିଆ, ଉଗାଣ୍ଡା, ଫ୍ରାନ୍ସ, ଇଟାଲି, ଯୁକ୍ତରାଷ୍ଟ୍ର ଆମେରିକା ଓ ଆୟୋଜକ ରାଷ୍ଟ୍ର ଭାରତ । ୨୦୧୯ ମସିହା ପରେ ଏହା ହେଉଛି ପ୍ରଥମ ଫୁଲ-ସ୍କେଲ ଟ୍ରଫି । ସେପ୍ଟେମ୍ବର ୪ରେ ପୁଣି ଭାରତ ଫେରିବ ବିଶ୍ୱକପ୍‌ ଟ୍ରଫି । ଷ୍ଟ୍ରାଟୋସ୍ପିୟରରେ ଏହି ଟ୍ରଫିର ଯାତ୍ରା ଅବସରରେ ୪ ହଜାର କ୍ୟାମେରାକୁ ସଂଲଗ୍ନ କରାଯାଇଥିଲା ।

ଅକ୍ଟୋବର ୫ ତାରିଖରୁ ଆଇସିସି ବିଶ୍ବକପ ୨୦୨୩ର ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ । ଦୁନିଆର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଅକ୍ଟୋବର ୫ରୁ ଆରମ୍ଭ ହୋଇ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.